ପ୍ରଭାତ କହିଲେ ସେଦିନ ର ସମ୍ପୁର୍ଣ୍ଣ ଘଟଣା । କଣ ଘଟିଥିଲା ଆରମ୍ଭରୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, କ୍ୟାମେରା ମ୍ୟାନ ପ୍ରଭାତ କହିଲେ ସେଦିନର ଛାତିଥରା ଘଟଣା ବିଷୟରେ,ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଜୀବନ ଏକ ପାଣି ଫୋଟକା ସଦୃଶ କେତେବେଳେ କୋଉ ମୁହୂର୍ତ୍ତରେ ଏହା ଫାଟିଯିବ କେହି ବି ଜାଣି ନାହାନ୍ତି । ଜୀବନ ପଥରେ ଚାଲିବାକୁ ହେଲେ ବହୁ ବାଧାବିଘ୍ନ ରେ ସମ୍ମୁଖୀନ ହେବାକୁ ପଡ଼ିଥାଏ । ଜନ୍ମ ମ-ର-ଣ ଭିତରେ ଆମ ଜୀବନ ପରିଚାଳିତ । ଦଇବ ଦୁର୍ବିପାକ ବଶତଃ ଏବେ ଆମେ ଦୁଇ ଅମୂଲ୍ୟ ଜୀବନକୁ ହରେଇ ଦେଇଛୁ । ସେ ହେଉଛନ୍ତି ଓଟିଭି ଚିଫ ରିପୋର୍ଟର ଅରିନ୍ଦମ ଦାସ ଓ ଓଡ଼୍ରାଫ୍ ଟିମ୍ ସଦସ୍ୟ ସୀତାରାମ ମୁର୍ମୁ । ତେବେ ଜନ୍ମ ମ-ର-ଣ ମଧ୍ୟରେ ପୁନର୍ଜନ୍ମ ବଡ଼ ଆଶ୍ଚର୍ଯ୍ୟ କଥା । 

 

ଯେଉଁ ମଣିଷ ମରଣ ମୁହଁକୁ ଯାଇ ମଧ୍ୟ ଜୀବିତ ହୋଇଯାଏ ତାହାକୁ ପୁନର୍ଜନ୍ମ ବୋଲି କୁହାଯାଏ । ତେବେ ସେଦିନର ସେହି ମଣ୍ଡଳୀ ବ୍ୟାରେଜ ର ହୃଦୟ ଦୋହଲାଇବା ଘଟଣାରେ ଓଟିଭି କ୍ୟାମେରା ମ୍ୟାନ ପ୍ରଭାତ ସିନହା ଜନ୍ମ ମ-ର-ଣ ସଂ-ଘ-ର୍ଷରେ ବିଜୟୀ ହୋଇ ପୁନର୍ଜନ୍ମ ଲାଭ କରିଛନ୍ତି । ଜୀବନ ଯୁ-ଦ୍ଧରେ ସେ ଆଜି ବିଜୟୀ ହୋଇଛନ୍ତି । ତେବେ ପ୍ରଭାତ ବର୍ତ୍ତମାନ ଗଣ ମାଧ୍ୟମ ସମ୍ମୁଖରେ ସେଦିନର ଛାତି ଥରା ଘଟଣା ବିଷୟରେ ସମସ୍ତଙ୍କୁ ଅବଗତ କରାଇଛନ୍ତି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ । 

 

ପ୍ରଭାତ ଙ୍କ କହିବା ଅନୁଯାୟୀ ସେଦିନ ଥିଲା ଶୁକ୍ରବାର । ଯାହାକି ସେମାନେ ସ୍ୱପ୍ନରେ ବି ଭାବିନଥିବେ ଏମିତି ଏକ ଅ-ଘ-ଟ-ଣ ଘଟିଯିବ । କାହିଁକି ନା ଆଗରୁ ମଧ୍ୟ ଜୀବନରେ ଏମିତି ବିପତ୍ତି ପରିସ୍ଥିତିରେ ମଧ୍ୟ ସେମାନେ ନିଜକୁ ବଞ୍ଚେଇ ପାରନ୍ତି । ତେବେ ପ୍ରଭାତ ହେଉଛନ୍ତି ବହୁ ଭାଗ୍ୟ ଶାଳୀ କାହିକିଁ ନା ସେହି ଶୁକ୍ରବାର ଥିଲା ପ୍ରଭାତ ଙ୍କ ଜନ୍ମଦିନ ଯାହାକୁ ତାଙ୍କୁ ଅଜଣା ଥିଲା । ସୂଚନା ଅନୁଯାୟୀ ଅରିନ୍ଦମ ପ୍ରଭାତ ଯେତେବେଳେ ହାତୀ ଫସିରହିଥିବା ସ୍ଥାନରେ ପହଞ୍ଚିଥିଲେ ସେଠାରେ ବ୍ରିଜ୍ ଉପରୁ ଯଦି ଜନ ଗହଳି ହଟି ଯାଆନ୍ତି ତେବେ ହୁଏତ ହାତୀଟି ଉପରକୁ ଚାଲିଯାନ୍ତା ବୋଲି ଅରିନ୍ଦମ କହିଥିଲେ । 

 

ପରେ ଓଡ୍ରାଫ ଟିମ୍ ସହ ସେମାନେ ଯିବାକୁ ବାହାରିବାକୁ ଓଡ୍ରାଫ ଟିମ୍ ତାଙ୍କୁ ବାରଣ କରିଥିଲେ । ବାରଣ ସତ୍ବେ ବି ଅରିନ୍ଦମ ବହୁ ନିବେଦନ କରିଥିଲେ ସେହି ଓଡ୍ରାଫ ଟିମ୍ କୁ । ତେବେ ବ୍ୟାରେଯ ର ଏପଟ ପାଖରୁ ନେଇ ଆଠଗଡ଼ ପାଖରେ ଛାଡ଼ିବାକୁ ଅନୁମତି ଦେଇଥିଲେ ଓଡ୍ରାଫ ଟିମ୍ । ବୋଟ ରେ ଜଳ ମଧ୍ୟକୁ ପ୍ରବେଶ କରିବା ପରେ ହାତୀଟି ଟିକେ ଟିକେ ଦୂରକୁ ଯିବାକୁ ଲାଗିଲା ଏହା ଦେଖି ଓଡ୍ରାଫ ଟିମ୍ ଅନ୍ୟ ପଟକୁ ନ ଯାଇ ସେଇଠି ବୋଟ ରେ ଛିଡ଼ା ହୋଇ ହୋ ହାଲ୍ଲା କରିବାକୁ ଲାଗିଲେ କାଳେ ହାତୀଟି ପାଲେଇଯିବ । କିନ୍ତୁ ହାତୀ ବୋଟ ଯେତେବେଳେ ପାଖାପାଖି ହୋଇଗଲେ ସେତେବେଳେ ହାତୀର ଭା-ର-ସା-ମ୍ୟ ରେ ନଦୀର ଜଳସ୍ରୋତ ଏତେ ପ୍ରଖର ଥିଲା ଯେ ବୋଟ ଟି ଓଲଟି ପଡ଼ିଥିଲା । 

 

ଆଉ କ୍ୟାମେରା ମ୍ୟାନ ପ୍ରଭାତ ଶିନ୍ନା ସେହି ବୋଟ ତଳେ ହିଁ ରହିଯାଇଥିଲେ । ଦୀର୍ଘ ସମୟ ଧରି ସେହି ପାଣି ଭିତରେ ବଞ୍ଚିବା ପାଇଁ ପ୍ରୟାସ କରିଥିଲେ । ମୋତେ ବଞ୍ଚାଅ ବାରମ୍ବାର ଚିତ୍କାର ସତ୍ତ୍ଵେ ବି ଜଳସ୍ରୋତ ଯୋଗୁ କେହି ସେ ବିକଳ ଡାକକୁ ଶୁଣିପାରୁନଥିଲେ । ଶେଷରେ ଯେତେବେଳେ ବହୁ ଚେଷ୍ଟା ପରେ ହାତ ଉପରକୁ ଟେକିଛନ୍ତି ସେତେବେଳେ ହାତରେ ଦଉଡ଼ି ବାଜିବାରୁ ସେହି ଦଉଡ଼ି ସାହଯ୍ୟ ରେ ସେ ଉପରକୁ ଉଠିଥିଲେ । ପ୍ରଭାତ ଙ୍କ କହିବା ଅନୁଯାୟୀ ଓଡ୍ରାଫ ଟିମ୍ ଉପରେ ତାଙ୍କର ଅତୁଟ ବିଶ୍ୱାସ ଥିଲା ଯେ କିଛି ଅସୁବିଧା ହେଲେ ସେମାନେ ତାଙ୍କୁ ରକ୍ଷା କରିବେ । କିନ୍ତୁ ଭଗବାନ ଙ୍କ ଇଚ୍ଛା ଆଗରେ କେହି କିଛିବି କରିପାରିବେନି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *