ଆସିଲା ଅକ୍ଟୋବର ର ଗାଇଡ଼ଲାଇନ ! ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ କଣ ଖୋଲା ? କଣ ବନ୍ଦ ?

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଆସିଲା ଅକ୍ଟୋବର ସ୍ଵତନ୍ତ୍ର ଗାଇଡ ଲାଇନ୍ ,ପାର୍ବଣ କୁ ନେଇ ନିୟମ କଡ଼ାକଡ଼ି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦୀର୍ଘ ଦୁଇ ବର୍ଷ ହେବ କରୋନା ମହାମାରୀ ସାରା ଦେଶରେ ଆତଙ୍କ ସୃଷ୍ଟି କରି ରଖିଛି । ଯଦିଓ କରୋନା ତାଣ୍ଡବ କିଛି ମାତ୍ରାରେ ହ୍ରାସ ପାଇବା ପରେ ମଧ୍ୟ ଦେଶ ରାଜ୍ୟରେ କେତେକ ସ୍ଥାନରେ ଅଦ୍ୟାବଧି କରୋନା ସଂକ୍ରମଣ ସକ୍ରିୟ ଅବସ୍ଥାରେ ରହିଛି । ତେବେ ଦେଶ ରାଜ୍ୟରେ ଯାହା ବି ଉନ୍ନତ ସ୍ଥିତି ପରିଲକ୍ଷିତ ହୋଇଛି ଏସବୁ ପାଇଁ ସମସ୍ତଙ୍କ ର ସହଯୋଗ ରହିଛି । ତେବେ ମାସ୍କ ପିନ୍ଧିବା , ସାମାଜିକ ଦୂରତା ରକ୍ଷା କରିବା , ବାରମ୍ବାର ହାତକୁ ସାବୁନ ସନିଟିଜର ରେ ଧୋଇବା ଦ୍ଵାରା ଆମେ ନିଶ୍ଚିତ ସମ୍ପୂର୍ଣ୍ଣ ଭାବରେ କରୋନା କୁ ହରାଇ ପାରିବା । 

 

ତେବେ ଆଗକୁ ପାର୍ବଣ ର ଋତୁ ଆସୁଛି । ଦେଶ ରାଜ୍ୟରେ ସବୁଠି ସାର୍ବଜନୀକ ପୂଜା ଅନୁଷ୍ଠିତ ହେବ । ଯାହା ଦ୍ଵାରା ଜନ ଗହଳି ର ଆ-ଶ-ଙ୍କା ରହିଛି । ତେଣୁ ଏନେଇ ରାଜ୍ୟ ସରକାର ଙ୍କ ପକ୍ଷରୁ ଅକ୍ଟୋବର ମାସର ସ୍ବତନ୍ତ୍ର ଗାଇଡ୍ ଲାଇନ୍ ପ୍ରସ୍ତୁତ କରାଯାଇଛି । ଆଜି ଦେଶରେ 23ହଜାର କେଶ୍ ଦେଖିବାକୁ ମିଳିଛି । ଆଜି ପର୍ଯ୍ୟନ୍ତ ମୋଟ ଦୁଇ ଲକ୍ଷ ୭୭ ହଜାର ରୁ ବି ଉର୍ଦ୍ଧ ସକ୍ରିୟ କେସ ରହିଛି । ତନ୍ମଧ୍ୟରୁ କେରଳ , ମହାରାଷ୍ଟ୍ର ଭଳି ଜନ ବହୁଳ ରାଜ୍ୟରେ ଅଧିକ ସଂକ୍ରମଣ ହାର ରହିଛି । ତେବେ ଓଡ଼ିଶା ରାଜ୍ୟ କଥା କହିବାକୁ ଗଲେ ବର୍ତ୍ତମାନ ସୁଦ୍ଧା ୫୬୪୨ ଜଣ କରୋନା ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ଘରେ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ।

 

ତେବେ ପାର୍ବଣ ଋତୁ କୁ ଲକ୍ଷ କରି ରାଜ୍ୟ ସରକାରଙ୍କ ପକ୍ଷରୁ ଏସ ଆର ସି ପ୍ରଦୀପ ଜେନା ପ୍ରେସମିଟ କରି ସୂଚନା ଦେଇଛନ୍ତି । ଅକ୍ଟୋବର ଗାଇଡ ଲାଇନ୍ ରେ ପାର୍ବଣ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ତେବେ ଏହି ପାର୍ବଣ ସମୟରେ ଜନସମାବେଶେ ହେତୁ କରୋନା ପୁଣି ନିଜର କାୟା ବିସ୍ତାର କରିବାର ସମ୍ଭାବନା ରହିଛି ତେଣୁ ସଚେତନ ସ-ତ-ର୍କ ରହିବ ଏକାନ୍ତ ଜରୁରୀ । ଅନ୍ୟପଟେ ସେପ୍ଟେମ୍ୱର ଗାଇଡ ଲାଇନ୍ ସଦୃଶ ଅକ୍ଟୋବର ମଧ୍ୟ କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ । ବିବାହ ଅନ୍ତ୍ୟେଷ୍ଟି ଆଦି କାର୍ଯ୍ୟରେ ପୂର୍ବଭଳି କଟକଣା ବଳବତ୍ତର ରହିବ । ବିବାହ ବ୍ରତ ଆଦି କାର୍ଯ୍ୟରେ ସର୍ବମୋଟ ୨୫୦ ଲୋକ ସାମିଲ ହୋଇପାରିବେ । 

 

ବିବାହ ରେ ବ୍ୟାଣ୍ଡ ବାଜା ବାରତ୍ ରେ ୫୦ ଜଣ ଲୋକ ସାମିଲ ହୋଇପାରିବେ । କୋଭିଡ୍ ନିୟମ ମାନି ମାସ୍କ୍ ପିନ୍ଧିବା ଜରୁରୀ । ଯଦି କେହି ନିୟମ ଉଲ୍ଲଂଘନ କରନ୍ତି ତେବେ ଧାର୍ତ୍ତବ୍ୟ ଅ-ପ-ରା-ଧ ଭାବେ ବିବେଚନା କରାଯିବ । ତେବେ ଆଗକୁ ଆସୁଥିବା ତୃତୀୟ ଲହର କୁ ଦୃଷ୍ଟିରେ ରଖି ରାଜ୍ୟବାସୀ ଙ୍କୁ ସଚେତନ ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ତେବେ ପାର୍ବଣ ସମୟରେ ସହରାଞ୍ଚଳ ତଥା ପୌରାଞ୍ଚଳ ଆଦିରେ ରାତି ୧୦ ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ । ଅନ୍ୟପଟେ କଟକ ଭୁବନେଶ୍ୱର ସିଟିରେ ନାଇଟ୍ କର୍ଫ୍ୟୁ ର ସମୟ ପରିବର୍ତ୍ତନ ହୋଇଛି । ତେବେ ରାତି ୮ ଟା ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ । ପୂଜା ପର୍ବପର୍ବାଣୀ କୁ ଦୃଷ୍ଟିରେ ରଖି ଏହି ଗାଇଡ ଲାଇନ୍ ପ୍ରସ୍ତୁତ କରାଯାଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *