ବିଶ୍ୱକପ ରେ ରୋହିତ ଶର୍ମା ହେବେ Captain । ଆସିଲା ବଡ଼ ଖବର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଟାଇମ୍ସ ଅଫ ଇଣ୍ଡିଆ ଦ୍ଵାରା ପ୍ରକାଶିତ – ବିରାଟ କୋହଲି ଛାଡ଼ିପାରନ୍ତି ଅଧିନାୟକ ପଦ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟି-୨୦ ବିଶ୍ୱକପ୍ ପରେ ଟି -୨୦ ଏବଂ ODI ଦଳର ଅଧିନାୟକ ତ୍ଵ ଛାଡ଼ି ପାରନ୍ତି । ତାଙ୍କ ସ୍ଥାନରେ ରୋହିତ ଶର୍ମା ଙ୍କୁ ଦଳର ଅଧିନାୟକ ରୂପେ ବିବେଚିତ କରାଯାଇପାରେ । ବିରାଟ ତାଙ୍କ ବ୍ୟାଟିଂ ଉପରେ ଅଧିକ ଦାୟିତ୍ଵ ଦେବା ପାଇଁ। ଏପରି ପଦକ୍ଷେପ ଗ୍ରହଣ କରିପାରନ୍ତି । ଏନେଇ ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମ୍ସ ଅଫ୍‌ ଇଣ୍ଡିଆ ରେ ଏକ ରିପୋର୍ଟ ଏହି ଖବର ପ୍ରକାଶ ପାଇଛି। ବିରାଟ କୋହଲି ଇଣ୍ଡିଆର ସଫଳ ଅଧିନାୟକ ମଧ୍ୟରୁ ଅନ୍ୟତମ । ଅଷ୍ଟ୍ରେଲିଆ ଗ୍ରସ୍ତ ପରେ ବିରାଟ କୋହଲି ଓ ରୋହିତ ଉଭୟ ଦୀର୍ଘ ସମୟ ଧରି ପରିଚାଳନା କରିଥିଲେ । ତେବେ ଚଳିତବର୍ଷ ୟୁଏଇ ଓ ଓମାନ୍ ରେ ୧୭ ଅକ୍ଟୋବର ରୁ ୧୪ ନଭେମ୍ବର ପର୍ଯ୍ୟନ୍ତ ଟି ୨୦ ବିଶ୍ୱକପ୍ ମ୍ୟାଚ୍ ଅନୁଷ୍ଠିତ ହେବ ।ତେବେ ଟାଇମ୍ସ ଅଫ ଇଣ୍ଡିଆ ର ଖବର ଅନୁଯାୟୀ ବିରାଟ କୋହଲି ପିତା ହେବା ପରେ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରିପାରନ୍ତି । ସୂତ୍ରରୁ ପ୍ରକାଶିତ ଯେ , ବିରାଟ କୋହଲି ସମୟକ୍ରମେ ଏହାକୁ ଘୋଷଣା କରିବେ ।୨୦୧୪ ମସିହାରେ ମହେନ୍ଦ୍ର ସିଂ ଧୋନୀ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ବିରାଟ କୋହଲି ଟେଷ୍ଟ ଟିମର ଅଧିନାୟକ ହୋଇଥିଲେ । ଏଥିସହ ୨୦୧୭ ମସିହାରେ ମହେନ୍ଦ୍ର ସିଂ ଧୋନି ସମସ୍ତ କାର୍ଯ୍ୟରୁ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ।

 

ଏହାପରେ ଏସବୁ ଦାୟିତ୍ଵ ତଥା ଅଧିନାୟକ ର ଭାର ବିରାଟ କୋହଲି ଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ଉଚିତ୍ ପରିଚାଳନା କରି ସେ ଜଣେ ସଫଳ ଅଧିନାୟକ ଭାବେ ବିବେଚିତ ହୋଇଥିଲେ । ବିରାଟ କୋହଲି ଙ୍କ ନେତୃତ୍ୱରେ ବର୍ତ୍ତମାନ ସୁଦ୍ଧା ଭାରତୀୟ ଟିମ୍ ସର୍ବମୋଟ ୬୫ ଟି ଟେଷ୍ଟ ମ୍ୟାଚ ଖେଳି ସାରିଛି । ତନ୍ମଧ୍ୟରୁ ୩୮ ଟି ମ୍ୟାଚ ରେ ଭାରତୀୟ ଦଳ ବିଜୟ ହାସଲ କରିଛି । ଅନ୍ୟପଟେ ୯୫ଟି ଦିନିକିଆ ମ୍ୟାଚ୍ ରେ ବିରାଟ ଅଧିନାୟକ ଭାବେ କାର୍ଯ୍ୟ କରିଛନ୍ତି । ତେବେ ଆଜି ସେ ନିଜ ବ୍ୟାଟିଂ ଉପରେ ଧ୍ୟାନ ଦେବା ତଥା ଦୁନିଆର ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ଭାବେ ପରିଚିତ ହେବା ପାଇଁ ଅଧିନାୟକ ପଦକୁ ଛାଡ଼ିବ ଉଚିତ୍ ପଦକ୍ଷେପ ଅଟେ । ତେବେ ଏହି ଘଟଣା ସବୁ ଖବରକାଗଜ ତଥା ଗଣ ମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ବିରାଟ ପ୍ରଥମେ ୨୦୧୩ ମସିହାରେ ବିଶ୍ୱକପ୍ ରେ ନିଜର ପ୍ରତିଭା ପ୍ରଦର୍ଶନ କରି ସମସ୍ତଙ୍କ ଲୋକଲୋଚନକୁ ଆସିପାରିଥିଲେ । ତେବେ ରୋହିତ ଶର୍ମା ମଧ୍ୟ ତାଙ୍କ ଅଧିନାୟକ ଭାବେ ଆଇପିଏଲ ରେ ୫ଥର ମୁମ୍ବାଇ ଇଣ୍ଡିଆନ୍ ଟିମ୍ କୁ ବିଜୟର ମୁକୁଟ ପିନ୍ଧିଛନ୍ତି । ତେଣୁ କୋହଲି ଙ୍କ ଇସ୍ତଫା ପରେ ରୋହିତ ଶର୍ମା ଅଧିନାୟକ ଭାବେ ଦାୟିତ୍ଵ ଗ୍ରହଣ କରିପାରନ୍ତି ବୋଲି ଶୁଣାଯାଇଛି ।  ଅନ୍ୟପକ୍ଷରେ କୋହଲି ଏପର୍ଯ୍ୟନ୍ତ ଆଇସିସି ଟ୍ରଫି ଜିତି ନାହାନ୍ତି ଏବଂ ଆଇପିଏଲ ଟାଇଟଲ ମଧ୍ୟ ଜିତି ପାରିନାହାନ୍ତି । ତେଣୁ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବା ଏକାନ୍ତ ଆବଶ୍ୟକ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *