ସୌମଙ୍କ ମୃ-ତ୍ୟୁ ବିଦ୍ୟାଭାରତୀ ପାଇଁ ନୁହେଁ ଏହି କାରଣ ପାଇଁ ହେଲା…

 

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୌମ୍ୟ ରଞ୍ଜନଙ୍କ କେଶ୍ ରେ ସାମ୍ନାକୁ ଆସିଲା ଏକ ନୂଆ ତଥ୍ୟ । ଡ଼ିଏଫ୍ଓ କରୁଥିଲେ ଚୋରା ଚାଲାଣ ।  

 

ତେବେ ବନ୍ଧୁଗଣ ବିଧାନସଭାରେ ଉଠିଲା ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦୁନିଆ ରୁ  ଚାଲିଯିବା ପ୍ରସଙ୍ଗ। ମାସାଧିକ କାଳ ତଦନ୍ତ ପରେ ବି     ଏ ସି ଏଫ ସୌମ୍ୟ ରଞ୍ଜନ କିପରି ମରିଲେ ସେ ସମ୍ପର୍କରେ ସ୍ପଷ୍ଟ ହୋଇପାରିନି । ଆଜି ଏନେଇ ଗୃହରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓ । ମାମଲାରେ ପ୍ରଥମେ ଆରକ୍ଷୀ ଅଧିକାରୀ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଛି । ହେଲେ ତଥାପି କୌଣସି ନିଷ୍କର୍ସରେ ପହଞ୍ଚି ପାରିନି ତଦନ୍ତକାରୀ ସଂସ୍ଥା । ମୁଖ୍ୟ ଅଭିଯୁକ୍ତ ଏ ସି ଏଫ ଙ୍କ ସ୍ତ୍ରୀ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ ବେହେରା ଓ ରୋଷେୟାଙ୍କୁ ଜେରା କରାଗଲା । ହେଲେ ଥାନାକୁ ନ ଡାକି ଘରେ ପଚରାଉଚରା କରାଯାଇଥିଲା । ଖାଲି ଏତିକି ନୁହେଁ ଏହି ମାମଲାରେ ଏବେ ଗୁରୁତ୍ୱପୂର୍ଣ୍ଣ ଦିଗ ପଦାକୁ ଆସିଥିବା କହିଛନ୍ତି ବିଧାୟକ। ଗଜପତି ଜିଲ୍ଲାର ଜଙ୍ଗଲରୁ ରକ୍ତ ଚନ୍ଦନ କାଠ ଚୋରି ହେଉଛି । ପଡ଼ୋଶୀ ରାଜ୍ୟକୁ ଏସବୁ ଚାଲାଣ କରାଯାଉଛି । ତେବେ ଡିଏଫ୍ଓ କଣ ଏ ସମ୍ପର୍କରେ ଜାଣିପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ । ସମସ୍ତ ଘଟଣାକୁ ଦେଖିଲେ ଲାଗୁଛି ଡିଏଫ୍ଓଙ୍କୁ ସୁରକ୍ଷା ରାଜ୍ୟ ସରକାର ଦେଉଛନ୍ତି । ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ୁଛି । ତେଣୁ ସତ ଘଟଣା ସାମ୍ନାକୁ ଆସୁ ବୋଲି ପାରଳାଖେମୁଣ୍ଡି ବିଧାୟକ ଗୃହରେ ଦାବି କରିଛନ୍ତି । 

 

ସୂଚନା ଅନୁସାରେ, ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମରିବା ମାମଲାରେ ଡିଏଫ୍ଓ ସଂଗ୍ରାମ ବେହେରାଙ୍କ କୌଣସି ସମ୍ପୃକ୍ତି ନାହିଁ । ଗଣମାଧ୍ୟମ ସାମ୍ନାରେ ଏନେଇ ଗତ ଜୁଲାଇ ୨୩ ରେ ବଡ଼ ସୂଚନା ଦେଇଥିଲେ ଗଜପତି ଏସ୍‌ପି । ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ କ୍ଲିନଚିଟ୍ ଏସ୍‌ପି ଦେଇଥିଲେ । ଘଟଣା ସହିତ ଡିଏଫ୍ଓଙ୍କ କୌଣସି ସଂପୃକ୍ତି ନଥିବା ଜଣାପଡୁଛି । ସି- ଡ଼ି- ଆର୍ ଯାଞ୍ଚରୁ ଡିଏଫ୍ଓଙ୍କର ବିଦ୍ୟାଙ୍କ ସହ ସଂପୃକ୍ତି ନଥିବା ସ୍ପଷ୍ଟ ହୋଇଛି ବୋଲି ସେ କହିଥିଲେ । ଅଧିକ ତଦନ୍ତ ପାଇଁ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିଥିଲୁ । ଡିଏଫ୍ଓ ବିଦ୍ୟାଙ୍କ ଘରକୁ ଆସୁଥିବା କେହି କହିନାହାନ୍ତି । କେବଳ ଘଟଣା ଦିନ ଡିଏଫ୍ଓ ସ୍ପଟକୁ ଯାଇଥିଲେ ବୋଲି ଏସ୍‌ପି କହିଥିଲେ । ହେଲେ ପରେ ତାହା ସଂପୂର୍ଣ୍ଣ ରୂପେ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା । କାରଣ ଡିଏଫ୍ଓଙ୍କ ଜଗୁଆଳି ସଂଗ୍ରାମକୁ ସୌମ୍ୟଙ୍କ ଘରକୁ ଲୁଚି ଯାଇଥିବାର ସେ ସ୍ପଷ୍ଟ କରିଥିଲେ । ଯାହା ଫଳରେ ଯୋଜନା କରି ତାଙ୍କୁ ଚାକିରୀରୁ ବାହାର କରି ଦିଆ ଯାଇଥିଲା । ତେବେ ସୌମ୍ୟଙ୍କ ମରିବାର ପ୍ରାୟ ୨ ମାସ ପରେ ବି ଘଟଣା ଉପରୁ ପର୍ଦ୍ଦା ହଟିପାରିନାହିଁ । ହେଲେ ଏବେ ଡିଏଫ୍ଓ ଚନ୍ଦନ କାଠ ବାହାର ରାଜ୍ୟକୁ ଚୋରା ରେ ଚାଲାଣ କରୁଥିବା ନେଇ ପ୍ରସଙ୍ଗ ଉଠିଛି ଯାହାକୁ ସୌମ୍ୟ ଜାଣିଥିଲେ ଏବଂ ତାକୁ ନେଇ ବିରୋଧ ମଧ୍ୟ କରୁଥିଲେ । ସେ ପାଇଁ ତାଙ୍କୁ ମାରି ଦିଆଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *