ଯାହା ଆପଣ ଭାବୁଥିଲେ ସେଇଟା ହିଁ ହେଲା ଫଳାଫଳ…

 ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପୁଣି ମୂଳରୁ ତଦନ୍ତ କରିବାକୁ ନିର୍ଦ୍ଦେଶ,କ୍ରାଇମ ବ୍ରାଞ୍ଚ ଏଡ଼ିଜି ସଞ୍ଜୀବ ପଣ୍ଡା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଚର୍ଚ୍ଚିତ ଏ ସି ଏଫ୍ ଅଗ୍ନିରେ ପୋଡ଼ିହେଇଯିବା କଥା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାକୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ କୌଣସି ତଥ୍ୟ ପ୍ରମାଣ ମିଳିପାରିନାହିଁ । ସୌମ୍ୟ ମରଣ ଘଟଣାରେ ଖୋଲୁଛି ନୂଆ ନୂଆ ଗୁମର । ଗଜପତି ଆରକ୍ଷୀ ପ୍ରଶାସନ ଓ କ୍ରାଇମ୍ ତଦନ୍ତ ପରେ ପୁଣି ଏକ ନୂଆ କଥା ଶୁଣିବାକୁ ମିଳିଛି । 

ପୁଣି ବିବାଦ ଘେରରେ ରାଜ୍ୟର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କ୍ରାଇମ୍ ବ୍ରାଞ୍ଚ । ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ କହି ପୁଣି ଏଡିଜୀ ଆରମ୍ଭରୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଜାରି । ସୌମ୍ୟରଂଜନ ଙ୍କ ମାମଲା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି ଏଭଳି ପରିସ୍ଥିତିରେ କ୍ରାଇମ ବ୍ରାଞ୍ଚ ର ଏଡ଼ିଜି ଙ୍କ ବୟାନ ସାରା ରାଜ୍ୟକୁ ଆଚମ୍ୱିତ କରିଦେଇଛି । ଅନ୍ୟପଟେ ସୌମ୍ୟ ଙ୍କ ସହଯୋଗୀ ଏସି ଏଫ୍ ଭାସ୍କର ମିଡ଼ିଆ ସମ୍ମୁଖରେ ନିଜ ବୟାନରେ ସତ୍ୟତା କୁ ଲୁଚାଇଥିବାର ସନ୍ଦେହ ଅନୁମାନ କରାଯାଇଛି । ମୁଁ କିଛି ଦେଖିନି , ଯାହା ଦେଖିଛି କହିଦେଇଛି ଏପରି ବୟାନ ଦେଉଥିବା ଭାସ୍କର ସୌମ୍ୟ ଙ୍କ ଘଟଣା ଦିନ ସେ ଉପସ୍ଥିତ ଥିଲେ ବୋଲି ସମସ୍ତେ ଜାଣିଥିଲେ । 

ଅନ୍ୟପଟେ ଡି ଏଫ୍ ଓ ସଂଗ୍ରାମ କେଶରୀ ବେହେରା ଙ୍କ ବିରୁଦ୍ଧରେ ଅଭିଯୋଗ ଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସେପଟେ ସରକାର ଡି ଏଫ୍ ଓ ଙ୍କୁ ସୁରକ୍ଷା ଦେଉଥିବାର ଅଭିଯୋଗ କରିଛନ୍ତି ସୌମ୍ୟ ଙ୍କ ବାପା ଓ ମାଆ । ସୌମ୍ୟ ଘଟଣାରେ ସମ୍ପୂର୍ଣ୍ଣ ବନ ବିଭାଗ ସାମିଲ ଅଛି ଏଥିସହ ଭାସ୍କର , ଡି ଏଫ୍ ଓ ଓ ଓଆଇସି ମମତା ଉଭୟ ବରହମପୂର୍ ବାସିନ୍ଦା ହୋଇଥିବାରୁ ମିଳିତ ହୋଇ ମୋ ପୁଅ ସେମାନଙ୍କ ଦୁର୍ନୀତି କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ସେମାନେ ମୋ ପୁଅକୁ ମାରିଦେଇଛନ୍ତି । ଅନ୍ୟପକ୍ଷେ ରକ୍ତ ଚନ୍ଦନ କାଠ ଚୋରି ଅଭିଯୋଗରେ ଡି ଏଫ୍ ଓ ଅଭିଯୁକ୍ତ ହୋଇଛନ୍ତି ହେଲେ ଏ ଘଟଣାର କୌଣସି କାର୍ଯ୍ୟକାରୀ ହୋଇନାହିଁ । 

ତେଣୁ କ୍ୟାବିନେଟ୍ ଜଙ୍ଗଲ ସୁରକ୍ଷା ମନ୍ତ୍ରୀ ଙ୍କ ନାଆରେ ମଧ୍ୟ ଅଭିଯୋଗ କରାଯାଇଛି । କାଠ ମାଫିଆଙ୍କ ପାଖରୁ ମିଳୁଥିବା ପଇସା ପାଇଁ ଆଜି ପର୍ଯ୍ୟନ୍ତ ଡି ଏଫ୍ ଓ ଙ୍କୁ ବଦଳିଟିଏ ମଧ୍ୟ କରାଯାଇନାହିଁ ବୋଲି ସୌମ୍ୟ ଙ୍କ ମା ତୁଳସୀ ମହାପାତ୍ର କହିଥିଲେ । ସୌମ୍ୟ ଙ୍କ ଘଟଣାକୁ ଉଚ୍ଚ ବିଭାଗୀୟ ଅଫିସରମାନେ ଏହାକୁ ବଳ ପୂର୍ବକ ଦବେ଼ଇ ଦେଉଛନ୍ତି । କ୍ରାଇମ୍ ବ୍ରାଞ୍ଚ ଅଧିକାରୀ ଜ୍ଞାନ ମିଶ୍ରଙ୍କ ବୟାନ ଏକ କଲ ରେକର୍ଡ ରେ ଶୁଣି ଯାହା ଲାଗୁଛି କ୍ରାଇମ ବ୍ରାଞ୍ଚ ସଖି କଣ୍ଢେଇ  ର ରୂପ ଧାରଣ କରିଛି । ଡି ଏଫ୍ ଓ ଙ୍କ ଜମାନବନ୍ଦୀ କଥା ଜ୍ଞାନ ମିଶ୍ର ପ୍ରକାଶ କରିଥିଲେ । ଯାହାକି ଏହି କଲ ରେକର୍ଡ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ଅପେକ୍ଷା କେବେ ମିଳୁଛି ସୌମ୍ୟ ଙ୍କୁ ନ୍ୟାୟ ।

ଶେଷରେ ଆପଣ ମାନେ ଯାହା ଭାବୁଥିଲେ ସେଇଟା ହିଁ ହେଲା କ୍ରାଇମ ବ୍ରାଞ୍ଚ ଜାଣି ଶୁଣି ଆଉ ଥରେ ତଦନ୍ତ କରିବାର କାରଣ ଯେତେ ସମୟ ଡେରି ଲୋକ ଆସ୍ତେ ଆସ୍ତେ ଭୁଲିଯିବେ ଯେମିତି ପୂର୍ବରୁ ପରି,ବେବିନା,ଇତିଶ୍ରୀ,କୁନ୍ଦୁଲି ଚପି ଯାଇଥିଲା ପୂର୍ବରୁ । ତଦନ୍ତ ରେ ବିଳମ୍ବ କରି କେସ ଚାପିଦବାକୁ ଷଡ଼ଯନ୍ତ୍ର ଚାଲିଛି ବୋଲି ଶୁଣାହେଉଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *