ବିଦ୍ୟାଭାରତୀ ଙ୍କ ବିଷୟରେ ଏମିତି କହିଲେ DFO…

ଯଦି ଆପଣ ସୌମ୍ୟଙ୍କ  ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଗଣମାଧ୍ୟମ ଆଗରେ DFO ରଖିଲେ ନିଜର ପ୍ରତିକ୍ରିୟା,ଜାଣନ୍ତୁ କଣ କହିଲେ DFO । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜିବି ରହସ୍ୟ ଘେରରେ ରହିଛି ପାରଳାଖେମୁଣ୍ଡି ର ଏସିଏଫ୍ ସୌମ୍ୟରଞ୍ଜନ ହତ୍ୟା ମାମଲା । ଘଟଣାକୁ ଦୀର୍ଘ ଦୁଇ ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରି ପାରିଲା ନାହିଁ । ତେବେ ଏହି ଘଟଣାର ତଦନ୍ତ ପ୍ରଥମେ ପାରଳାଖେମୁଣ୍ଡି ପ୍ରଶାସନ କରୁଥିବା ବେଳେ ବର୍ତ୍ତମାନ ଏହା କ୍ରାଇମ ବ୍ରାଞ୍ଚ ଅଧିନସ୍ଥ ରହିଛି । ଘଟଣା ସହ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଜେରା ପରେ ବି କ୍ରାଇମ ବ୍ରାଞ୍ଚ ହାତରେ କୌଣସି ପ୍ରମାଣ ଲାଗିପାରି ନାହିଁ । ତେବେ ଏସବୁ ଭିତରେ ଆଉ ଏକ ଚାଞ୍ଚଲ୍ୟ କର ଘଟଣା ଦେଖିବାକୁ ମିଳିଛି । ଗଣ ମାଧ୍ୟମ ସମ୍ମୁଖରେ DFO ନିଜର ମୁଁହ ଖୋଲିଛନ୍ତି । ତେବେ ଆସନ୍ତୁ ଜାଣିବା DFO କଣ କହିଛନ୍ତି । ଏ ସି ଏଫ୍ ସୌମ୍ୟ ହତ୍ୟା ପରେ ନୀଉଜ ପ୍ରତିନିଧି  DFO ଙ୍କ ପ୍ରତିକ୍ରିୟା ନେବା ପାଇଁ ତାଙ୍କ ଅଫିସ କୁ ଯାଇଥିଲେ । DFO ସିଧା ସିଧା ମାନାକରିଦେଇଥିଲେ ଯେ ମୁଁ ଏ ବିଷୟରେ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁ ନାହିଁ ଏବଂ ଆବଶ୍ୟକ ମଧ୍ୟ ମନେ କରୁନାହିଁ । ଆପଣଙ୍କ ଜଣେ ଅଧିନସ୍ଥ କର୍ମଚାରୀ ଙ୍କ ହତ୍ୟା ହୋଇଗଲା ଏ ସମ୍ବନ୍ଧରେ କଣ କହିବାକୁ ଚାହୁଁଛନ୍ତି ପଚାରିବାରୁ – ମୋତେ ହଇରାଣ କରନ୍ତୁ ନାହିଁ , ମୋତେ ମୋ କାମ କରିବାକୁ ଦିଅନ୍ତୁ , ସରକାରୀ କାର୍ଯ୍ୟରେ ବାଧାସୃଷ୍ଟି କରନ୍ତୁ ନାହିଁ , ଆପଣ ଏଠାରୁ ଯାଆନ୍ତୁ ବୋଲି କହିଥିଲେ । 

 

ଅନ୍ୟପଟେ DFO ଙ୍କ ନାଁ ରେ ଅନେକ ଅଭିଯୋଗ ଶୁଣିବାକୁ ମିଳିଛି । ଯାହାକି DFO ଙ୍କ ଜଗୁଆଳୀ ଗଙ୍ଗା ପ୍ରଧାନ ବୟାନ ଦେଇଛି । ଅନେକ ଅଭିଯୋଗ ଥାଇ ମଧ୍ୟ DFO ଙ୍କ ନାଁ ରେ ଏ ପର୍ଯ୍ୟନ୍ତ କୌଣସି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏସବୁ ପାଇଁ ଭିତିରିଆ ଚୋରା କାରବାର ଚାଲିଛି ବୋଲି ଜନସାଧାରଣ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି । ସୌମ୍ୟ ଙ୍କ ପରିବାର ନ୍ୟାୟ ଅନ୍ୱେଷଣରେ ଆତ୍ମହରା ହୋଇପଡ଼ିଲେଣି । ପ୍ରଶାସନ ଓ କ୍ରାଇମ ବ୍ରାଞ୍ଚ ର ଦିଗହରା ତଦନ୍ତ ପାଇଁ କୌଣସି ବି ପ୍ରମାଣ ମିଳିପାରିନାହିଁ । ଏସବୁ ପାଇଁ ସୌମ୍ୟ ଙ୍କ ବାପା ଓଡ଼ିଶା ସରକାରଙ୍କୁ ଦାୟୀ ମନେ କରିଛନ୍ତି । ଦୁଃଖର ବିଷୟ ଏହିକି ଯେ ସମସ୍ତ ତଥ୍ୟ ପ୍ରମାଣ ଦେଖାଯାଉଥିଲେ ମଧ୍ୟ ତାକୁ ନଜର ଅନ୍ଦାଜ କରିଦିଆ ଯାଉଛି । ଫଳରେ ଅଭିଯୁକ୍ତ ଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ସୌମ୍ୟ ଙ୍କ ମରିବା କଥା ହତ୍ୟା ନା ଆତ୍ମହତ୍ୟା ନା ଦୁର୍ଘଟଣା ଏପର୍ଯ୍ୟନ୍ତ ଏହାର ମଧ୍ୟ ସଠିକ୍ ତଥ୍ୟ ମିଳିନାହିଁ । ସବୁ ଜାଣିଶୁଣି ବି ପ୍ରଶାସନ ଚୁପ୍ ବସିଛି । ତେବେ ସୌମ୍ୟ ଙ୍କୁ ଯଦି ଯଥାଶୀଘ୍ର ନ୍ୟାୟ ନ ମିଳେ ଏହାର ଫଳ ସ୍ୱରୂପ ଅତି ଭୟଙ୍କର ହେବ ବୋଲି ଜନସାଧାରଣ ସୂଚନା ଦେଇଛନ୍ତି । ଏହି ହତ୍ୟା ମାମଲାକୁ ବଳ ପୂର୍ବକ ଦବାଇ ଦିଆଯାଉଛି ବୋଲି ସୂଚନା ମିଳିଛି । ତେବେ କ୍ରାଇମ ବ୍ରାଞ୍ଚ ସଠିକ୍ ତଦନ୍ତ କଲେ ସୌମ୍ୟ ହତ୍ୟାର ହତ୍ୟାକାରୀ ନିଶ୍ଚିତ ମିଳିଯିବ ବୋଲି ଆଶା କରାଯାଉଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *