ଆସନ୍ତା କାଲି ନବୀନ ଦେବେ ଜବାବ ସୌମ୍ୟରଂଜନ ଙ୍କ ACF କେଶର

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, କାଲି ହେବ କଡ଼ା ମୁକାବିଲା, ସରକାର ଦେବେ ଜବାବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ମରିବାର ଅନେକ  ଦିନ ବିତି ଗଲାଣି ମାତ୍ର ହଟୁନି ରହସ୍ୟ ର ପରଦା । ଗତ ଡ଼ିସେମ୍ବରରେ ଦିବ୍ୟା ଭାରତୀ ପଣ୍ଡା ଙ୍କୁ ବିବାହ କରିଥିଲେ ପାରଳାଖେମୁଣ୍ଡି ର ସହକାରୀ ବନ ସଂରକ୍ଷକ ଭାବେ କାର୍ଯ୍ୟରତ ବାଲେଶ୍ଵର , ଖଇରା ଅଞ୍ଚଳ ର ସୌମ୍ୟ ରଞ୍ଜନ ପଣ୍ଡା । ତେବେ ସେ ସରକାରୀ ବାସଭବନ ରେ ନିଜ ପତ୍ନୀ ଙ୍କ ସହିତ ବିବାହ ପରେ ରହୁଥିଲେ । କିନ୍ତୁ ହଠାତ୍ ନିଆ ଲାଗି ସେ ପୋଡ଼ି ହୋଇଯାଇଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ହସ୍ପିଟାଲ୍ ତା ପରେ ବ୍ରହ୍ମପୁର ହସ୍ପିଟାଲ୍ କୁ ନିଆ ଯାଇଥିଲା । ତା ପରେ ତାଙ୍କୁ କଟକ ମେଡ଼ିକାଲ କୁ ଅଣା ଯାଇଥିଲା । ତେବେ ସେ ସେଠାରେ ଦୁନିଆ ଛାଡ଼ି ଚାଲି ଗଲେ , କିନ୍ତୁ ମ-ର-ଣ ପୂର୍ବରୁ ତାଙ୍କ ବୟାନ ଥିଲା ଯେ ସେ ନିଜ ଘରେ ବହି ଆଣିବାକୁ ଯିବା ବେଳେ ଗୋଡ଼ ରେ କିରୋସିନ ଢାଳି ହୋଇ ନିଆ ଲାଗିଯାଇଥିଲା । ତେବେ ଏହି ବୟାନ କେତେ ଦୂର ସତ ତାହା ଆରକ୍ଷ ଅଧିକାରୀ ଙ୍କ ଦ୍ଵାରା ତଦନ୍ତ ପରେ ମଧ୍ୟ କୌଣସି ବହି ପାଇନଥିଲେ । କିନ୍ତୁ ସୌମ୍ୟ ଙ୍କ ବାପା ସମ୍ପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି ନିଜ ପୁତ୍ର ବଧୁ ଆଉ ଡି ଏଫ୍ ଓ ଙ୍କ ଉପରେ । ସେମାନଙ୍କ ମିଳିତ ପ୍ରସାର ପାଇଁ ସୌମ୍ୟ ଙ୍କ ଜୀବନ ଯାଇଛି । ନହେଲେ ଗୋଟିଏ କୋଠରୀ ଭିତରେ ବୋହୂ ର କିଛି ହେଲାନି କିନ୍ତୁ ପୁଅ କେମିତି ପୋଡ଼ିଲା ବୋଲି ବାପା ପ୍ରଶ୍ନ କରିଥିଲେ, ଯାହାକୁ ଖଣ୍ଡନ କରିଛନ୍ତି ବିଦ୍ୟା ଭାରତୀ । ତେବେ  ଆରକ୍ଷ ଅଧିକାରୀ  ହାତ ରେ ଏକ ଚିଠି ଲାଗିଛି ଯେଉଁଥିରେ ସ୍ପଷ୍ଟ ଲେଖା ରହିଥିଲା ଯେ ସୌମ୍ୟ ଓ ତାଙ୍କ ସ୍ତ୍ରୀ ଙ୍କ ଭିତରେ ସମ୍ପର୍କ ଭଲ ନୁହେ । ନିଜେ ତାଙ୍କ ସ୍ତ୍ରୀ ଏହି ବିବାହ କରିବାକୁ ଚାହୁଁ ନଥିଲେ  ଓ ଏହି କଥା କୁ ନେଇ ସେ ସୌମ୍ୟ ଙ୍କୁ କହିଥିଲେ ଯେ ନିଜ ବାପା ଙ୍କୁ କହିବାକୁ । କିନ୍ତୁ ସର୍ବ ପରେ ସେମାନଙ୍କ ବିବାହ ହୋଇଗଲା । 

 

ପୂର୍ବରୁ ଡି ଏ ଫ ଓ ବିଦ୍ୟା ଭାରତୀ ଙ୍କ ଖରାପ ସମ୍ପର୍କ  ନେଇ ପ୍ରସଙ୍ଗ ଉଠିଛି । ପୁଣି ଡି ଏ ଫ କହିଥିଲେ ଯେ ସେ ବିଦ୍ୟା ଭାରତୀ ଙ୍କୁ ଜାଣି ନାହାନ୍ତି ଏହି ସମୟ ରେ ପୂର୍ବତନ ଜଗୁଆଳି ରାତି ୧୨ ଟା ରେ ସୈାମ୍ୟଙ୍କ ଘରକୁ ଯାଉଥିବା ଦେଖିଥିଲେ ବୋଲି ଅଭିଯୋଗ କରିଥିଲେ । ବିଦ୍ୟା ଭାରତୀ ମଧ୍ୟ ସକାଳେ ଓ ସନ୍ଧ୍ୟା ବେଳେ ଚାଲିବା ପାଇଁ ଯିବା ସମୟରେ ଡି.ଏଫ୍.ଓ ମଧ୍ୟ ତାଙ୍କ ଛାତ ଉପରେ ଛିଡା ହୋଇ ଲକ୍ଷ କରିଥାନ୍ତି । ତେବେ ଘଟଣା ଟି ଅଡ଼ୁଆ ସୂତା ପରି ହୋଇଛି । ଅର୍ଗସ ଚ୍ୟାନେଲ ରୁ ଏକ ବାଇଟ ଦେବା ପାଇଁ ଡି ଏ ଫ ଙ୍କୁ କୁହା ଯାଇଥିଲା ମାତ୍ର ସେ ସରକାରୀ କାମ ରେ ବ୍ୟସ୍ତ ଅଛନ୍ତି ବୋଲି କହି ପ୍ରତ୍ୟାଖାନ କରିଥିଲେ । ମାତ୍ର ଏହି ସମୟ ରେ ଦେଖିବାକୁ ମିଳିଛି ଏକ ଘଟଣା । ଡି ଏ ଫ ତାଙ୍କ ପରିବାର ସହିତ ପିକନିକ୍ କରିବାକୁ ଯାଇଥିଲେ ଓ ବେକ ରେ ଡି ଏସ ଏଲ ଆର୍  ପକାଇ ଫୋଟୋ ଉଠାଇଥିଲେ । ଏହି ପରି ଗୋଟିଏ ପରେ ଗୋଟିଏ ସତ୍ୟ ଘଟଣା ଆଗକୁ ଆସିବା ପରେ ମଧ୍ୟ ଡି ଏ ଫ ଙ୍କ ଉପରେ କୌଣସି କାର୍ଯ୍ୟାନୁଷଠାନ ଗ୍ରହଣ କରା ଯାଇ ନାହି । ତେବେ ଆସନ୍ତା କାଲି ସୌମ୍ୟ ଙ୍କୁ ନ୍ୟାୟ ଦେବା ପାଇଁ ଖଇରା ବ୍ଲକ ରେ ସକାଳ ୬ ରୁ ଦିନ ୧୨ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *