ବିଧାନସଭା ଭିତରେ ରେ DFO, ମନ୍ତ୍ରୀ ଓ ବିଦ୍ୟା….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ବିଧାନସଭା ରେ ACF ସୌମ୍ୟ ଙ୍କ ର ମାମଲା । କଣ ଏବେ ମିଳିପାରିବ ନ୍ୟାୟ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ମରିବାର ଅନେକ  ଦିନ ବିତି ଗଲାଣି ମାତ୍ର ହଟୁନି ରହସ୍ୟ ର ପରଦା । ଗତ ଡ଼ିସେମ୍ବର ରେ ଦିବ୍ୟା ଭାରତୀ ପଣ୍ଡା ଙ୍କୁ ବିବାହ କରିଥିଲେ ପାରଳାଖେମୁଣ୍ଡି ରେ ସହକାରୀ ବନ ସଂରକ୍ଷକ ଭାବେ କାର୍ଯ୍ୟରତ ବାଲେଶ୍ଵର , ଖଇରା ଅଞ୍ଚଳ ର ସୌମ୍ୟ ରଞ୍ଜନ ପଣ୍ଡା । ତେବେ ସେ ସରକାରୀ ବାସଭବନ ରେ ନିଜ ପତ୍ନୀ ଙ୍କ ସହିତ ବିବାହ ପରେ ରହୁଥିଲେ । କିନ୍ତୁ ହଠାତ୍ ନିଆ ଲାଗି ସେ ପୋଡ଼ି ହୋଇଯାଇଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ହସ୍ପିଟାଲ୍ ତା ପରେ ବ୍ରହ୍ମପୁର ହସ୍ପିଟାଲ୍ କୁ ନିଆ ଯାଇଥିଲା । ତା ପରେ ତାଙ୍କୁ କଟକ ମେଡ଼ିକାଲ କୁ ଅଣା ଯାଇଥିଲା । ତେବେ ସେ ସେଠାରେ ଦୁନିଆ ଛାଡ଼ି ଚାଲି ଗଲେ  । କିନ୍ତୁ ମରଣ ପୂର୍ବରୁ ତାଙ୍କ ବୟାନ ଥିଲା ଯେ ସେ ନିଜ ଘରେ ବହି ଆଣିବାକୁ ଯିବା ବେଳେ ଗୋଡ଼ ରେ କିରୋସିନ ଢାଳି ହୋଇ ନିଆ ଲାଗିଯାଇଥିଲା । 

 

ତେବେ ଏହି ବୟାନ କେତେ ଦୂର ସତ ତାହା ଆରକ୍ଷ ଅଧିକାରୀ ଙ୍କ ଦ୍ଵାରା ତଦନ୍ତ ପରେ ମଧ୍ୟ କୌଣସି ବହି ପାଇନଥିଲେ । କିନ୍ତୁ ସୌମ୍ୟ ଙ୍କ ବାପା ସମ୍ପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି ନିଜ ପୁତ୍ର ବଧୁ ଆଉ ଡି ଏଫ୍ ଓ ଙ୍କ ଉପରେ । ସେମାନଙ୍କ ମିଳିତ ପ୍ରସାର ପାଇଁ ସୌମ୍ୟ ଙ୍କ ଜୀବନ ଯାଇଛି । ନହେଲେ ଗୋଟିଏ କୋଠରୀ ଭିତରେ ବୋହୂ ର କିଛି ହେଲାନି କିନ୍ତୁ ପୁଅ କେମିତି ପୋଡ଼ିଲା ବୋଲି ବାପା ପ୍ରଶ୍ନ କରିଥିଲେ, ଯାହାକୁ ଖଣ୍ଡନ କରିଛନ୍ତି ବିଦ୍ୟା ଭାରତୀ । ତେବେ  ଆରକ୍ଷ ଅଧିକାରୀ  ହାତ ରେ ଏକ ଚିଠି ଲାଗିଛି ଯେଉଁଥିରେ ସ୍ପଷ୍ଟ ଲେଖା ରହିଥିଲା ଯେ ସୌମ୍ୟ ଓ ତାଙ୍କ ସ୍ତ୍ରୀ ଙ୍କ ଭିତରେ ସମ୍ପର୍କ ଭଲ ନୁହେ । ନିଜେ ତାଙ୍କ ସ୍ତ୍ରୀ ଏହି ବିବାହ କରିବାକୁ ଚାହୁଁ ନଥିଲେ  ଓ ଏହି କଥା କୁ ନେଇ ସେ ସୌମ୍ୟ ଙ୍କୁ କହିଥିଲେ ଯେ ନିଜ ବାପା ଙ୍କୁ କହିବାକୁ । କିନ୍ତୁ ସର୍ବ ପରେ ସେମାନଙ୍କ ବିବାହ ହୋଇଗଲା । 

 

ସୌମ୍ୟ ଙ୍କ ଦୁନିଆ ଛାଡ଼ି ଯିବାର ଅନେକ ଦିନ ବିତି ଗଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ରହସ୍ୟ ଧରା  ପଡି ନାହି । ବିଧାନ ସଭାରେ ଉଠିଛି ଏସିଏଫ ସୌମ୍ୟ ରଞ୍ଜନ ଙ୍କ ମୃତ୍ୟୁ ପ୍ରସଙ୍ଗ । ପାରଳା ଖେମୁଣ୍ଡି ବିଧାୟକ ଏହି ପ୍ରସଙ୍ଗ ଉଠାଇ ଡି ଏ ଫ ଙ୍କୁ ସରକାର ସୁରକ୍ଷା ଦେଉଛନ୍ତି ବୋଲି କହିଛନ୍ତି । ବାଚସ୍ପତି ଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ ଶାନ୍ତି ପ୍ରିୟ  ଜିଲ୍ଲା ଗଜପତି ବର୍ତ୍ତମାନ ଉଠୁଛି ପଡୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ସ୍ତ୍ରୀ ଡି ଏ ଫ ରୋଷେୟା ଙ୍କ ନାମ ଉଠିଛି ମାତ୍ର ଥାନା କୁ କାହିଁକି ଡାକୁ ନାହାନ୍ତି ବୋଲି ପ୍ରଶ୍ନ ଉଠୁଛି । ବର୍ତ୍ତମାନ ଏକ ନୂଆ ଖବର ଆସିଛି । 

 

ଜଙ୍ଗଲ ରୁ ରକ୍ତ ଚନ୍ଦନ କାଟି ବାହାର ରାଜ୍ୟକୁ ବିକ୍ରି କରା ଯାଉଥିବା କଥା ଡି ଏ ଫ ଜାଣି ପାରୁ ନାହାଁନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ । ସରକାର  ଡି ଏ ଫ ଙ୍କୁ ଜାଣି ଶୁଣି ବଞ୍ଚଉଛନ୍ତୁ ବୋଲି ଅଭିଯୋଗ କରିଛନ୍ତି ବିଧାୟକ । ଉପର ମହଲା ର ଆଶୀର୍ବାଦ ର ହାତ ରହିଛି ଯାହା ପାଇଁ ଡି ଏ ଫ କାହାକୁ ଡରୁ ନାହାନ୍ତି ବୋଲି କହିଛନ୍ତି ବିଧାୟକ । ପୁଣି କଂଗ୍ରେସ କହିଛି ଯେ ଯେତେ ପ୍ରମାଣ ଆସିଲେ ବି ତାହା ସଠିକ୍ ଭାବେ ତଦନ୍ତ ହେଉ ନାହି ।  ଜଙ୍ଗଲ ରୁ କାଠ ବିକ୍ରି କରି ବିକ୍ରମ ଆରଖ ଙ୍କୁ ଚାନ୍ଦା ଦେଉଥିବା ନେଇ ଅଭିଯୋଗ ।  କ୍ରାଇମ୍ ବ୍ରାଞ୍ଚ ର ତଦନ୍ତ ଉପରେ ଉଠିଛି ପ୍ରଶ୍ନ । ତେବେ ଆଗାମୀ ଦିନ ରେ ସରକାର କଣ ନ୍ୟାୟ ଦେବେ ତାହା ସମୟ କହିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *