ଆସିଲା ଅଭିଷେଖ ଙ୍କର ଶେଷ ଭିଡ଼ିଓ… ଦେଖିଲେ ଛାତି ଫାଟିଯିବ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଅଭିଷେକ ମହାପାତ୍ର ଙ୍କ ର ହେଲା ନିଧନ । ଅନ୍ତିମ ସଂସ୍କାର ପାଇଁ ଅଭିଷେକ ଙ୍କ ଶରୀର ଗାଆଁରେ ପହଞ୍ଚିଲା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସଂସାରରେ ମଣିଷ ଜୀବନ ଜନ୍ମମୃତୁର ଛକାପଞ୍ଝା ଖେଳ ଭିତରେ ଅତିବାହିତ ହୋଇଥାଏ । ଜନ୍ମ ମରଣ ଏ ଦୁଇଟି ପରଷ୍ପର ଅବିଚ୍ଛେଦ୍ୟ ଅଙ୍ଗ ସଦୃଶ । ଜନ୍ମ ଅଛି ମାନେ ମରଣ ସୁନିଶ୍ଚିତ । ସଂସାରରେ ପରିଚାଳିତ ହେଉଥିବା ସମସ୍ତ ମାନବ କାଳର କରାଳ ଗତିରେ କେବେ ବି ବର୍ତ୍ତି ପାରନ୍ତି ନାହିଁ । ବିଧାତା କେତେବେଳେ କାହା ଉପରେ ଦାଉ ସାଧିବ ଏହା କେହି ବି ଜାଣି ନାହାନ୍ତି । ଆମ ସମସ୍ତଙ୍କ ଜୀବନର ମାନଦଣ୍ଡ ସେହି ଭଗବାନ ଙ୍କ ଉପରେ ନ୍ୟସ୍ତ । ସେହିଭଳି ଏକ ଦୁଃଖନୀୟ ପରିସ୍ଥିତି ଭଦ୍ରକ ଜିଲ୍ଲାରେ ଘଟି ଯାଇଛି । 

 

ଯାହାକି ସାରା ରାଜ୍ୟବାସୀ ଶୋକାତୁର ହୋଇଛନ୍ତି । ଜନ୍ମ ଜନ୍ମ ପାଇଁ ସାଥିରେ ରହିବାକୁ ପ୍ରତିଜ୍ଞା କରି ଜୀବନସାଥୀ କୁ ଅଧାରାସ୍ତାରେ ଛାଡ଼ି ଚାଲିଯାଇଛନ୍ତି ସ୍ଵାମୀ । ହଁ ଆଜ୍ଞା ଆଜି ଆମେ ଭଦ୍ରକ ସ୍ଥିତ ମନ୍ଦାରୀ ଅଞ୍ଚଳର ଅଭିଷେକ ଙ୍କ କଥା କହୁଛୁ । ଯେ କି ଚିରଦିନ ପାଇଁ ଆମକୁ ଛାଡ଼ି ଚାଲିଯାଇଛନ୍ତି । ଇଂଜିନୟର ଅଭିଷେକ ମହାପାତ୍ର ଚଳିତ ବର୍ଷ ମେ ୫ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦଇବ ର ଦୁର୍ବିପାକ ଦେଖ ବିବାହର ୮ ଦିନ ପରେ ଅଭିଷେକ କରୋନା ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । 

 

ପରେ ଶରୀରରେ କୌଣସି ସୁଧାର ନ ଆସିବାରୁ ତାଙ୍କୁ କୋଲକାତା କୁ ପଠାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଚିକିତ୍ସା ପାଇଁ ଅନେକ ଅର୍ଥର ଆବଶ୍ୟକତା ଥିଲା । ସେତେବେଳେ ସ୍ତ୍ରୀ ମୌସୁମୀ ସମଗ୍ର ରାଜ୍ୟବାସୀଙ୍କୁ ଅର୍ଥ ସହାୟତା ପାଇଁ ନିବେଦନ କରିଥିଲେ । ଓଡ଼ିଶା ତଥା ଓଡ଼ିଶା ବାହାରୁ ମଧ୍ୟ ଅଭିଷେକ ଙ୍କ ସୁସ୍ଥ ପାଇଁ ଅଧିକରୁ ଅଧିକ ଲୋକ ସାହାଯ୍ୟର ହାତ ବଢ଼ାଇଥିଲେ । ଜୀବନ ମରଣ ସହ ଲଢ଼ୁଥିବାବେଳେ ସ୍ତ୍ରୀ ର ତପ ବଳରେ ସେ ପୁନର୍ଜନ୍ମ ପାଇଥିଲେ । 

 

କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ଭାଗ୍ୟର ବିଡମ୍ବନା କୁ କେହି ବଦଳି ପାରିବେ ନାହିଁ । ଇଗମୋ ଚିକିତ୍ସା ପରେ ଗତ ଶୁକ୍ରବାର ଦିନ ତାଙ୍କର ଦେହାନ୍ତ ହୋଇଛି । ଇଗମୋ ଚିକିତ୍ସିତ ହେଉଥିବା ବେଳେ ଦୀର୍ଘ ତିନି ମାସ ପରେ ଅଭିଷେକ ମହାପାତ୍ର ଆମ ସମସ୍ତଙ୍କୁ ଛାଡ଼ି ଚିରନିଦ୍ରା ରେ ଶୋଇପଡିଛନ୍ତି । ତେବେ ରବିବାର ଦିନ ଅଭିଷେକ ଙ୍କ ଶରୀର ଶେଷକୃତ୍ୟ ସମାପନ ପାଇଁ ଭଦ୍ରକ ଜିଲ୍ଲାରେ ଆସି ପହଞ୍ଚିଛି । 

 

ଅଭିଷେକ ବିୟୋଗରେ ସାରା ରାଜ୍ୟରେ ଶୋକ ର ଛାୟା ଖେଳିଯାଇଛି । ବିବାହକୁ ବର୍ଷେ ଟିଏ ବି ହୋଇନାହିଁ ସ୍ତ୍ରୀ କୁ ଏକା କରି ଅଭିଷେକ ଚିରଦିନ ପାଇଁ ଚାଲିଯାଇଛନ୍ତି । ସମସ୍ତେ ଉଦ୍ୟମ ପରେ ବି ଅଭିଷେକ ଆଜି ଆଉ ଆମ ଗହଣରେ ନାହାନ୍ତି । ତାଙ୍କ ପତ୍ନୀ ଙ୍କ ଅଭିଷେକ ଙ୍କ ପରଲୋକ ଗମନ ରେ ନିଜର ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ତେବେ ତାଙ୍କ ଅମର ଆତ୍ମା ସଦ୍ ଗତି ପ୍ରାପ୍ତ ହେଉ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଏତିକି ପ୍ରାର୍ଥନା ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *