ଏହି ଦିନ ଭାରତ ବନ୍ଧ ଘରୁ ବାହାରିଲେ ଭାଙ୍ଗିବ ଗୋଡ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ୨୭ରେ ଭାରତ ବନ୍ଦ: ଚାଷ ଆଇନ୍‌ ପ୍ରତ୍ୟାହାର ନହେଲେ ୨୦୨୪ ଲୋକସଭା ନିର୍ବାଚନ ଶେଷ ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଭାରତ ଏକ କୃଷି ପ୍ରଧାନ ଦେଶ । ଏଠାରେ କୃଷକ ର ମୂଲ୍ୟ ଅଧିକ । ଆମେ ସୁରକ୍ଷିତ ହୋଇ ଘରେ ଦୁଇ ମୁଠା ଖାଦ୍ୟ ଖାଇ ପାରୁଛୁ ଏହାର ପଛରେ କୃଷକ ଓ ଜବାନ ମାନଙ୍କ ଭୂମିକା ବହୁତ ବଡ଼ । ସେଥି ପାଇଁ କୁହା ଯାଇଛି ଜୟ ଜବାନ ଜୟ କିସନ୍ । ଏହି ସ୍ଲୋଗାନ ର ଅର୍ଥ ଅନେକ । ଯେଉଁ ମାନଙ୍କ ପାଇଁ ଆମେ ଆଜି ସୁରକ୍ଷିତ ସେମାନେ ଅବହେଳିତ ଅବସ୍ଥା ରେ ଅଛନ୍ତି । କୃଷକ ଟିଏ କୃଷି ପାଇଁ ଆର୍ଥିକ ସହାୟତା ର ଆବଶ୍ୟକ କରି ଥାଏ । ସେମାନେ ଋଣ କରି କୃଷି କରିଥାନ୍ତି ମାତ୍ର ଋଣ ଶୁଝି ନ ପାରି କିଛି କୃଷକ ଆତ୍ମହତ୍ୟା କରିଥାନ୍ତି । ତେବେ ଆଜି ର ଖବର କୃଷକ ଉପରେ । 

 

କୃଷକ ମାନେ କରୁଛନ୍ତି ଆନ୍ଦୋଳନ । ତେବେ ଆଜି ଅପରାହ୍ନ ରେ ମୁଜାଫର୍ ନଗର ରେ ଆୟୋଜିତ ହୋଇ ଥିବା କିଶନ ମହାପଂଚୟତ ରେ ଆସନ୍ତା ସେପ୍ଟେମ୍ବର ୨୭ ତାରିଖ ରେ ଭାରତ ବନ୍ଦ ହେବ ବୋଲି ଘୋଷଣା କରିଛନ୍ତି । ଚାଷୀ ମାନଙ୍କ ମତ ଅନୁଯାୟୀ ଏହି ଆନ୍ଦୋଳନ ଅଧିକ ଉତ୍କ୍ଷୀପ୍ତ ହେବ । ଚାଷ ଆଇନ୍ ବିରୁଦ୍ଧ ରେ ହୋଇଥିବା ଆନ୍ଦୋଳନ ଅଧିକ ସକ୍ରିୟ ହେବ । ତେବେ ଯଦି ସରକାର କୃଷକ ମାନଙ୍କ ଦାବି କୁ ଗ୍ରହଣ କରିବେ ନାହିଁ ତାହେଲେ ୨୦୨୨ ରେ ହେବାକୁ ଯାଉଥିବା ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ  ବିଧାନସଭା ନିର୍ବାଚନ ରେ ବିଜେପି ବିରୋଧ ରେ ପ୍ରଚାର କରିବେ ବୋଲି କୃଷକ ନେତା ମାନେ ଦାବି କରିଛନ୍ତି । ଏପରିକି ସେ ସରକାର ଙ୍କୁ ଧମକ ଦେଇଛନ୍ତି ଯେ ୨୦୨୪ ମସିହା ଲୋକସଭା ନିର୍ବାଚନ ଶେଷ ପର୍ଯ୍ୟନ୍ତ ଆନ୍ଦୋଳନ କୁ ଜାରି ରଖିବେ । 

 

ତେବେ ଆଜି ମୂଜାଫର ନଗର ରେ କିଶାନ ମହାପଞ୍ଚାୟତ ଆୟୋଜନ କରାଯାଇଛି । କୃଷକ ଙ୍କ ଏକତା ର ଶକ୍ତି ଦେଖାଇବା ପାଇଁ ୧୫ ଟି ରାଜ୍ୟ ରୁ ୩୦୦ ଅଧିକ କୃଷକ ସଂଗଠନ ର କୃଷକ ଯୋଗ ଦେଇ ଶପଥ ରଖିଥିଲେ । ତିନୋଟି ବିବାଦୀୟ ଚାଷ ଆଇନ୍ କୁ ବିରୋଧ କରି କୃଷକ ମାନେ ସେପଟେମ୍ବର ୨୭ ତାରିଖ ରେ ସମ୍ପୂର୍ଣ ଭାରତ ବନ୍ଦ ରଖିବାକୁ ଆହ୍ୱାନ ଦେଇଛନ୍ତି । କୃଷକ ନେତାମାନେ କହିଛନ୍ତି ମହାପଞ୍ଚାୟତ ମଧ୍ୟ କହିଛନ୍ତି ଯେ ଏହି ଆନ୍ଦୋଳନ ରେ ସମସ୍ତ ଜାତି , ଧର୍ମ, ରାଜ୍ୟ, ଶ୍ରେଣୀ କ୍ଷୁଦ୍ର ବ୍ୟବସାୟୀ ଓ ସମାଜ ରେ ଥିବା ସମସ୍ତ ବର୍ଗ ର ଲୋକ ମାନଙ୍କୁ ସାମନ ଅଧିକାର ମିଳିବା ଦରକାର । ଏହା ବିକେୟୁ ମୁଖପାତ୍ର ରାକେଶ ଟିକାୟତ ଗଣମାଧ୍ୟମ ରେ ଜଣାଇ ଛନ୍ତି ଯେ ଯଦି ସରକାର ତାଙ୍କର ଦାବି କୁ ପୁରଣ ନ କରନ୍ତି ତେବେ ଉତ୍ତରପ୍ରଦଶ ଓ ଉତ୍ତରାଖଣ୍ଡ ରେ ହେବାକୁ ଥିବା ନିର୍ବାଚନ ରେ ବିଜେପି ବିରୋଧ ରେ ପ୍ରଚାର କରିବା ସହିତ ୨୦୨୪ ଲୋକସଭା ନିର୍ବାଚନ ର ଶେଷ ପର୍ଯ୍ୟନ୍ତ ଏହି ଆନ୍ଦୋଳନ କୁ ଜାରି ରଖିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *