ସିକୁରୁଟି କହିଦେଲେ କାହିଁକି ରାତି ଅଧରେ DFO ଦେଖା କରିବାକୁ ଆସୁଥିଲେ ACF ସୌମ୍ୟଙ୍କ ଘରକୁ ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, କାହିଁକି ରାତି ଅଧରେ DFO ଦେଖା କରିବାକୁ ଆସୁଥିଲେ ACF ସୌମ୍ୟଙ୍କ ଘରକୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ମରିବାର  ଅନେକ ଦିନ ବିତି ଗଲାଣି ମାତ୍ର ହଟୁନି ରହସ୍ୟ ର ପରଦା । ଗତ ଡ଼ିସେମ୍ବର ରେ ଦିବ୍ୟା ଭାରତୀ ପଣ୍ଡା ଙ୍କୁ ବିବାହ କରିଥିଲେ ପାରଳାଖେମୁଣ୍ଡି ରେ ସହକାରୀ ବନ ସଂରକ୍ଷକ ଭାବେ କାର୍ଯ୍ୟରତ ବାଲେଶ୍ଵର , ଖଇରା ଅଞ୍ଚଳ ର ସୌମ୍ୟ ରଞ୍ଜନ ପଣ୍ଡା । ତେବେ ସେ ସରକାରୀ ବାସଭବନ ରେ ନିଜ ପତ୍ନୀ ଙ୍କ ସହିତ ବିବାହ ପରେ ରହୁଥିଲେ । କିନ୍ତୁ ହଠାତ୍ ନିଆ ଲାଗି ସେ ପୋଡ଼ି ହୋଇଯାଇଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ହସ୍ପିଟାଲ୍ ତା ପରେ ବ୍ରହ୍ମପୁର ହସ୍ପିଟାଲ୍ କୁ ନିଆ ଯାଇଥିଲା । ତା ପରେ ତାଙ୍କୁ କଟକ ମେଡ଼ିକାଲ କୁ ଅଣା ଯାଇଥିଲା । ତେବେ ସେ ସେଠାରେ ଦୁନିଆ ଛାଡ଼ି ଚାଲି ଗଲେ  । କିନ୍ତୁ ମରଣ ପୂର୍ବରୁ ତାଙ୍କ ବୟାନ ଥିଲା ଯେ ସେ ନିଜ ଘରେ ବହି ଆଣିବାକୁ ଯିବା ବେଳେ ଗୋଡ଼ ରେ କିରୋସିନ ଢାଳି ହୋଇ ନିଆ ଲାଗିଯାଇଥିଲା । 

 

ତେବେ ଏହି ବୟାନ କେତେ ଦୂର ସତ ତାହା ଆରକ୍ଷ ଅଧିକାରୀ ଙ୍କ ଦ୍ଵାରା ତଦନ୍ତ ପରେ ମଧ୍ୟ କୌଣସି ବହି ପାଇନଥିଲେ । କିନ୍ତୁ ସୌମ୍ୟ ଙ୍କ ବାପା ସମ୍ପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି ନିଜ ପୁତ୍ର ବଧୁ ଆଉ ଡି ଏଫ୍ ଓ ଙ୍କ ଉପରେ । ସେମାନଙ୍କ ମିଳିତ ପ୍ରସାର ପାଇଁ ସୌମ୍ୟ ଙ୍କ ଜୀବନ ଯାଇଛି । ନହେଲେ ଗୋଟିଏ କୋଠରୀ ଭିତରେ ବୋହୂ ର କିଛି ହେଲାନି କିନ୍ତୁ ପୁଅ କେମିତି ପୋଡ଼ିଲା ବୋଲି ବାପା ପ୍ରଶ୍ନ କରିଥିଲେ, ଯାହାକୁ ଖଣ୍ଡନ କରିଛନ୍ତି ବିଦ୍ୟା ଭାରତୀ । ତେବେ  ଆରକ୍ଷ ଅଧିକାରୀ  ହାତ ରେ ଏକ ଚିଠି ଲାଗିଛି ଯେଉଁଥିରେ ସ୍ପଷ୍ଟ ଲେଖା ରହିଥିଲା ଯେ ସୌମ୍ୟ ଓ ତାଙ୍କ ସ୍ତ୍ରୀ ଙ୍କ ଭିତରେ ସମ୍ପର୍କ ଭଲ ନୁହେ । ନିଜେ ତାଙ୍କ ସ୍ତ୍ରୀ ଏହି ବିବାହ କରିବାକୁ ଚାହୁଁ ନଥିଲେ  ଓ ଏହି କଥା କୁ ନେଇ ସେ ସୌମ୍ୟ ଙ୍କୁ କହିଥିଲେ ଯେ ନିଜ ବାପା ଙ୍କୁ କହିବାକୁ । କିନ୍ତୁ ସର୍ବ ପରେ ସେମାନଙ୍କ ବିବାହ ହୋଇଗଲା । 

 

ସୌମ୍ୟ ଙ୍କ ଦୁନିଆ ଛାଡ଼ି ଯିବାର ଅନେକ ଦିନ ବିତି ଗଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ରହସ୍ୟ ଧରା  ପଡି ନାହି । ଘଟଣା ତଦନ୍ତ ପାଇଁ କ୍ରାଇମ୍ ବ୍ରାଞ୍ଚ ଟିମ୍ ସମସ୍ତଙ୍କୁ ମାରାଥନ୍ ଜେରା କରି ସାରିଛନ୍ତି । ମାତ୍ର ଡି ଏ ଫ ଙ୍କ ଜେରା ରେ ଅସନ୍ତୁଷ୍ଟ ଥିଲେ ଟିମ୍ । ବିଦ୍ୟା ଓ ଡି ଏ ଫ ଙ୍କ ଅନୈତିକ ସମ୍ପର୍କ ରହିଛି ଅଭିଯୋଗ ହୋଇ ଥିବା ବେଳେ ବର୍ତ୍ତମାନ ଡି ଏ ଫ ଙ୍କୁ ବଦଳି ଓ ଗିରଫ ଦାରୀ ସବୁଠି ଦାବି । ବର୍ତ୍ତମାନ କର୍ମଚାରୀ ମାନେ ପ୍ରସ୍ତୁତ ହେଉଛନ୍ତି ମୁଁହ ଖୋଲିବା ପାଇଁ । ମାତ୍ର ଡି ଏ ଫ ଙ୍କ ବଦଳି ହେବା ପରେ ସେମାନେ ମୁଁହ ଖୋଲିବେ ବୋଲି କହିଛନ୍ତି ଚାକିରି ରୁ ବାହାର ହୋଇ ଥିବା କର୍ମଚାରୀ ମାନେ । ତେବେ ନିକଟ ରେ ଡି ଏ ଫ ଙ୍କ ଅସଲି ଚେହରା ର ପର୍ଦା ଫାସ୍ ହୋଇ ପାରେ ବୋଲି ଆଶା କରୁଛି ଜନତା ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *