ବିଦ୍ୟା ଭାରତୀ ଙ୍କୁ ନେଇ ସ୍କ୍ରିନ୍ ରେକ୍ରିଏସନ କରାଯାଉ ବୋଲି ଦାବି …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ବିଦ୍ୟା ଭାରତୀ ଙ୍କୁ ନେଇ ସ୍କ୍ରିନ୍ ରେକ୍ରିଏସନ କରାଯାଉ ବୋଲି ଦାବି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ଯୁଗରେ ଅନ୍ୟାୟ ଅତ୍ୟାଚାର ତଥା ଅନୈତିକ କାର୍ଯ୍ୟକ୍ରମ ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି । ହତ୍ୟା ଆତ୍ମହତ୍ୟା ପ୍ରସଙ୍ଗ ଅଧିକତର ଭାବରେ ଆଜିକା ଦୁନିଆର ସବୁଠାରୁ ବଡ଼ ହେଡ ଲାଇନ୍ । ତେବେ ପାରାଖେମୁଣ୍ଡିରେ ହୋଇଥିବା ଏସି ଏଫ୍ ସୌମ୍ୟରଞ୍ଜନ ଙ୍କ ହତ୍ୟା ମାମଲାର ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଏହି ହତ୍ୟାକାଣ୍ଡ ପଛର ପ୍ରମୁଖ ରହସ୍ୟକୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ବିଭାଗ ଉଚିତ୍ ତଦନ୍ତ କରିପାରିନାହିଁ । ଘଟଣା କୁ ପ୍ରାୟ ଦୁଇ ମାସ ବିତିଗଲାଣି ହେଲେ ଏପର୍ଯ୍ୟନ୍ତ ନ୍ୟାୟ ମିଳିପାରି ନାହିଁ ସୌମ୍ୟ ଙ୍କ ପରିବାରକୁ । ସତରେ କଣ ବିଦ୍ୟା ଭାରତୀ ନିର୍ଦ୍ଦୋଷ ନା କ୍ରାଇମ ବ୍ରାଞ୍ଚ ଏହାର ଉଚିତ୍ ତଦନ୍ତ କରିପାରୁ ନାହିଁ । ତେବେ ଏହି ପରିପ୍ରେକ୍ଷୀରେ ବରିଷ୍ଠ ଓକିଲ ଅଧିକାରୀ କଣ କହୁଛନ୍ତି ଆସନ୍ତୁ ନଜର ପକାଇବା । 

 

ଏସି ଏଫ୍ ସୌମ୍ୟରଞ୍ଜନ ଙ୍କ ହତ୍ୟା ମାମଲା ଦିନକୁ ଦିନ ଅଡ଼ୁଆ ଘେରରେ ପଡୁଛି । ଆରକ୍ଷୀ ବିଭାଗ ଏହାର ସଠିକ୍ ତଦନ୍ତ କରି ନ ପାରିଥିବାରୁ ବର୍ତ୍ତମାନ କ୍ରାଇମ ବ୍ରାଞ୍ଚ ଟିମ୍ ଏହାକୁ ତଦନ୍ତ କରୁଛି । କିନ୍ତୁ ଏନେଇ ପରିବାର ବର୍ଗ ଏବେବି ଅସନ୍ତୋଷ ପ୍ରକାଶ କରୁଛନ୍ତି । ପୂର୍ବରୁ ସୌମ୍ୟ ଙ୍କ ବାପା ସରକାର ଙ୍କୁ ଦାୟୀ କରିଥିଲେ । ତେବେ ପ୍ରଶାସନିକ କିଭଳି ତଦନ୍ତ କରୁଛି ଯେ ଆଜି ପର୍ଯ୍ୟନ୍ତ ହତ୍ୟାକାରୀ ଗିରଫ ହୋଇପାରୁନାହିଁ । ଦୀର୍ଘ ୭ ଘଣ୍ଟା ଜେରା ପରେ ବି କ୍ରାଇମ ବ୍ରାଞ୍ଚ ଟିମ୍ ପତ୍ନୀ ବିଦ୍ୟା ଭାରତୀ ଙ୍କ ନିକଟରୁ କୌଣସି ସନ୍ଧାନ ପାଇ ପାରି ନାହିଁ । ତେବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଓକିଲ ମହାଶୟ ଙ୍କ କହିବା ଅନୁଯାୟୀ ଏ ଯୋଉ ସବୁ ତଦନ୍ତ ହେଉଛି ଏହା କେବଳ ଲୋକ ଦେଖାଣିଆ । ଯାହାକି ସମ୍ପୂର୍ଣ୍ଣ ରୂପେ ଦିଗହରା ଅଟେ । ପୂର୍ବରୁ ଆରକ୍ଷୀ ପ୍ରଶାସନ ଯେପରି ତଦନ୍ତ କରୁଥିଲା ଏବେ କ୍ରାଇମ ବ୍ରାଞ୍ଚ ମଧ୍ୟ ସେହିଭଳି ତଦନ୍ତ ଜାରି ରଖିଛି । 

 

ତାଙ୍କ କହିବା ମୁତାବକ ବିଦ୍ୟାଭାରତୀ ଙ୍କୁ ଜେରା କରିବା ପୂର୍ବରୁ ପୂର୍ବପ୍ରଶ୍ନ ର ପ୍ରସ୍ତୁତି କ୍ରାଇମ ବ୍ରାଞ୍ଚ ର ଏକାନ୍ତ ଆବଶ୍ୟକ । ସୌମ୍ୟ ଙ୍କ ପୋଡ଼ି ହୋଇଥିବା ଘରେ ଏକ ହାତଲେଖା ଚିଠି ମିଳିଥିଲା । ଯାହାକି ତାହା ବିଦ୍ୟା ଭାରତୀ  ଙ୍କ ଲେଖା ବୋଲି ପୂର୍ବରୁ ଶୁଣାଯାଇଥିଲା । ତେବେ ପ୍ରଥମେ ଏହା ପ୍ରମାଣ କରିବାର ଥିଲା ଯେ ଏହା ବିଦ୍ୟା ଭାରତୀ ହାତ ଲେଖା କି ନୁହେଁ । କିନ୍ତୁ ଏହି ଲେଖା ଶୈଳୀ ବିଦ୍ୟା ଭାରତୀ ର ସ୍ପଷ୍ଟ ଜଣା ପଡୁଥିଲା ମଧ୍ୟେ ଏହାକୁ ଠିକ୍ ତଦନ୍ତ କରାଯାଇ ନାହିଁ । ଏହି ଚିଠି ମାଧ୍ୟମରେ ଜଣା ପଡିଥାନ୍ତା ଯେ ସୌମ୍ୟ ଙ୍କ ପ୍ରତି ବିଦ୍ୟା ଙ୍କ ର କିପରି ଘୃଣା ଭାବ ଥିଲା । ତେବେ ଏଭଳି ଦୀଗହରା ଭାବେ ତଦନ୍ତ କଲେ କୌଣସି ପ୍ରମାଣ ଫଳପ୍ରଦ ହେବନାହିଁ । ଯଦି ପ୍ରଶାସନ ବିଭାଗ ଏହାକୁ ଉଚିତ୍ ମାର୍ଗରେ ତଦନ୍ତ କରିବେ ତାହେଲେ ଯାଇ ସବୁ ସମାଧାନ ହୋଇପାରିବ ବୋଲି ଓକିଲ ପାର୍ଥ ମିଡ଼ିଆ ସମ୍ମୁଖରେ ନିଜର ମତବ୍ୟକ୍ତ କରିଛନ୍ତି । ତେବେ ବିଦ୍ୟା ଭାରତୀ ଙ୍କୁ ନେଇ ପୁନର୍ବାର ସିନ ରିକ୍ରିଏସନ କରାଯାଉ ବୋଲି ଓକିଲ ବାବୁ ଙ୍କ ସହ ଜନ ସାଧାରଣ ମଧ୍ୟ ଦାବୀ କରିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *