ଶେଷରେ ବିଦ୍ୟାଭାରତୀ ଙ୍କ ବାପା ଖୋଲିଲେ ନିଜ ଝିଅର ୨୦ ବର୍ଷ ର ଗୁମର….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପାରଳଖେମୁଣ୍ଡି ଏ.ସି.ଏଫ୍ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟଣାକୁ କ୍ରାଇମବ୍ରାଞ୍ଚ ଟିମ୍ ହାତକୁ ନେଇଥିବା ବେଳେ ଏପଟେ ବିଦ୍ୟାଭାରତୀ ଙ୍କ ବାପା ଖୋଲିଦେଲେ ତାଙ୍କ ୨୦ ବର୍ଷର ଗୁମର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ବିଷୟରେ ଜାଣିଥିବେ ନିଶ୍ଚୟ ଯେ ଗତକିଛି ଦିନ ତଳେ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟ ଜନକ ଭାବେ ପୋଡ଼ି ଯାଇ ମୃତ୍ୟୁ ହୋଇଯାଇଥିଲା । ଯାହାକି ବର୍ତମାନ ସମୟରେ ସାରା ଓଡ଼ିଶାରେ ଅନେକ ଚାଞ୍ଚଲ୍ୟ ସୃଷ୍ଟି କରିଛି ।  ତେବେ ଏହି ଘଟଣାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ଡ଼ିଏଫଓ ଓ ତାଙ୍କର ରୋଷେୟା ସଂପୃକ୍ତ ଅଛନ୍ତି କହି ସୌମ୍ୟଙ୍କ ପରିବାର ଲୋକେ ସେମାନଙ୍କ ଉପରେ ଅଭିଯୋଗ ଆଣିଥିଲେ । ହେଲେ କ୍ରାଇମବ୍ରାଞ୍ଜର ତଦନ୍ତ ପରେ ଡ଼ିଏଫ୍‌ଓଙ୍କୁ କ୍ଲିନ୍‌ଚିଟ୍ ଦିଆଯାଇଥିଲା ବେଳେ ସୌମ୍ୟଙ୍କ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରି ଏହି ତିନିଜଣଙ୍କ ନାମରେ ବାରମ୍ବାର ହତ୍ୟା ଅଭିଯୋଗ ଆଣୁଛନ୍ତି । ତେବେ ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଆଜିକୁ ପ୍ରାୟ ୩୨ ଦିନ ବିତି ଯାଇଥିଲେ ମଧ୍ୟ ଏହି ଘଟଣାର ରହସ୍ୟ ବର୍ତ୍ତମାନ ସୁଦ୍ଧା ଉନ୍ମୋଚିତ ହୋଇପାରି ନାହିଁ ଓ ଦିନକୁ ଦିନ ଏହି ଘଟଣାର ନୂଆ ଚରିତ୍ର ଯୋଡି ହୋଇ ଚାଲିଛନ୍ତି ଓ ନୂଆ ନୂଆ ରହସ୍ୟ ଶୁଣିବାକୁ ମିଳୁଛି । ସମୟ ଯେତେ ଗଡ଼ି ଗଡ଼ି ଚାଲିଛି କେସ ସେତେ ଜଟିଳ ହୋଇ ଯାଉଅଛି । ଘଟଣା ଉପରୁ ପରଦା ଉଠିପାରୁ ନାହିଁ । ସୌମ୍ୟଙ୍କ ମୃତ୍ୟୁ କିପରି ଘଟିଲା ତାହା ଏବେ ସମୟରେ ମଧ୍ୟ ଗୋଟେ ବଡ଼ ପ୍ରଶ୍ନବାଚୀ ହୋଇ ରହିଛି । 

 

ତେବେ ଜଣେ ଏ.ସି.ଏଫ୍ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ ହେଉ ବୋଲି ଦାବି କରିଥିଲେ ସୌମ୍ୟଙ୍କ ପରିବାର ଲୋକେ । ତେଣୁ ଗୋଟେ ନୂଆ କରି କ୍ରାଇମ୍ ବ୍ରାଞ୍ଚ ଟିମ୍ ଗଠନ ହୋଇ ପୁଣି ମୂଳରୁ ପଚରା ଉଚରା ଆରମ୍ଭ ହୋଇ ଯାଇଛି । ଏହି ତଦନ୍ତର ମୁଖ୍ୟ ଭାର ଗ୍ରହଣ କରିଛନ୍ତି ଏଡିଜି ସଞ୍ଜୀବ ପଣ୍ଡା । ସେ ଏହା ମଧ୍ୟ କହିଥିଲେ କି ଉପର ଅଫିସର ଡିଜି ଙ୍କ ନିର୍ଦେଶ ଅନୁସାରେ ସବୁ ଦିଗକୁ ପୁନର୍ବିଚାରକୁ ନେଇ ତଦନ୍ତ ଆରମ୍ଭ କରିବ । ସେଥିପାଇଁ ଗୋଟେ ୬ ଜଣିଆ ସାଇନ୍ଟିଫିକ୍ ଟିମ୍ ମଧ୍ୟ ଗଠନ କରାଯାଇଛି । ତେବେ ନିକଟରେ ଜେରା ସମୟରେ ମାଳି ଏବଂ ଜଗୁଆଳି ମାନିଥିଲେ କି ଘଟଣା ଦିନ ଜିଲ୍ଲାପାଳ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଯିଏକି ଡି.ଏଫ୍.ଓ ଙ୍କ ଘନିଷ୍ଠ ମିତ୍ର ମଧ୍ୟ ଥିଲେ । ତେବେ ବିଦ୍ୟା ଭାରତୀଙ୍କ ଦୂର ସମ୍ପର୍କୀୟ କୁହାଯାଉଥିବା ସଂପୃକ୍ତ ମମତାରାଣୀ ପଣ୍ଡାଙ୍କୁ ମଧ୍ୟ ଜେରା କରାଯାଇଥିଲା । ହେଲେ ଏତେ ପର୍ଯ୍ୟନ୍ତ କାହା ଚାପରେ ମୁଖ୍ୟ ଅଭିଯୁକ୍ତ ପତ୍ନୀ ବିଦ୍ୟାଭାରତୀ ଙ୍କୁ ଜେରା କରାଯାଇ ନାହିଁ ସେନେଇ ସୌମ୍ୟଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ତାଙ୍କ କହିବା କଥା ଏହିକି ଏଥିରେ ରାଜନୈତିକ ହାତ ମଧ୍ୟ ରହିଛି । ତେବେ ଆଗକୁ ଆଉ କଣକଣ ନୂଆ ଖିଅ ପଦାକୁ ଆସୁଛି ଏବଂ କ୍ରାଇମବ୍ରାଞ୍ଚ୍ ଟିମ୍ କିଭଳି ସୌମ୍ୟଙ୍କ କେଶକୁ ନୂଆ ମୋଡ଼ ଦେଉଛି ତାହା ଦେଖିବା ବାକି ରହିଲା ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *