ବିଦ୍ୟାଭାରତୀ ଙ୍କ ବାପା ଖୋଲିଲେ ବିଦ୍ୟାଭାରତୀ ଙ୍କ ୨୦ ବର୍ଷର ଗୁମର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଚର୍ଚ୍ଚିତ ସୈାମ୍ୟ ରଞ୍ଜନଙ୍କ ମୃତ୍ୟୁକୁ ନେଇକି ଆସିଲା ବଡ଼ ଖବର । ଏବେ ହେଲା ଖେଳ ଶେଷ । ସୌମ୍ୟଙ୍କ ମୃତ୍ୟୁ ପଛର ରହସ୍ୟକୁ ନେଇ ୨୦ ବର୍ଷର ସବୁ ସତ କଥାକୁ ଖୋଲି ଦେଲେ ବାପା । ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିବରଣୀ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ବର୍ତମାନ ସମୟରେ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବା ପାରଳାଖେମୁଣ୍ଡିର ଯୁବ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ତଦନ୍ତ ପୁନଃ କରାଯିବା ନେଇ ସୂଚନା ଦେଇଥିଲେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ସେ କହିଥିଲେ ଡିଜିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ସବୁ ଦିଗରୁ ତଦନ୍ତ ଆରମ୍ଭ କରିବ । ସେ ମଧ୍ୟ ଏଥିଲାଗି ୬ ଜଣିଆ ସାଇଣ୍ଟିଫିକ ଟିମଙ୍କୁ ଏଥିରେ ନିଯୁକ୍ତି କରାଥିଲେ । ଏହି ୬ ଜଣିଆ ଫରେନସିକ ଟିମରେ ଫିଜିକ୍ସ, କେମେଷ୍ଟ୍ରି ଟିମ ,ଫିଙ୍ଗରପ୍ରିଣ୍ଟ, ଫଟୋଗ୍ରାଫି, ଭିଡିଓଗ୍ରାଫି ଓ ଫାୟାର ଡିପାର୍ଟମେଣ୍ଟର ଅଫିସରେ ଏହି ଟିମରେ ରହିଥିଲେ । କ୍ରାଇମବ୍ରାଞ୍ଚ ପୁଣି ମୂଳରୁ ତଦନ୍ତ ଆରମ୍ଭ କରିବା ନେଇ ସାନ୍ତ୍ଵନା ଦେଇଥିଲେ ଏବଂ ଏହି ଘଟଣାରେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ଏବଂ ତାହା ସହିତ  ଯେଉଁ ଦିଗକୁ ନେଇ ଅଭିଯୋଗ ଆସିଛି, ସେହି ଦିଗରୁ ତଦନ୍ତ କରାଯିବ ବୋଲି ଏଡିଜି କହିଥିଲେ । ହେଲେ ସେ ପ୍ରତିଶ୍ରୁତି ସେମିତି ହିଁ ରହିଗଲା ଭଳିଆ ଲାଗୁଛି । ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାକୁ ଆମେ କହିପାରିବା ପାଖାପାଖି ଦେଢ଼ ମାସ ବିତି ଗଲାଣି । ହେଲେ ନା ମିଳୁଛି ନ୍ୟାୟ ନା ମିଳିବ ବୋଲି କୌଣସି ଆଶା ଦେଖା ଯାଉଅଛି । 

 

ସୂଚନାଯୋଗ୍ୟ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତରେ ଜଟିଳତା କାରଣରୁ ପାରଳା ପୁଲିସକୁ ତଦନ୍ତରେ ସହଯୋଗ ପାଇଁ କ୍ରାଇମ୍‌ବ୍ରାଞ୍ଚ୍‌ ସ୍ବତନ୍ତ୍ର ଟିମ୍‌କୁ ମଧ୍ୟ ପଠାଗଲା । ହେଲେ ଏହି ଘଟଣାର ରହସ୍ୟ ଉପରୁ ଏବେ ମଧ୍ୟ ପରଦା ହଟି ପାରିଲାନି । ଏତେ ଦିନର ତଦନ୍ତ କାଳରେ ଏହା ଦୁର୍ଘଟଣାଜନିତ ନା ସୌମ୍ୟଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗ ହିସାବରେ ଏହା ଏକ ସୁଚିନ୍ତିତ ହତ୍ୟା ଘଟଣା, ସେ ନେଇ କିଛି ପୁଲିସ ସ୍ପଷ୍ଟ କରିପାରିନି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଜଣ ଜଣ କରି ୧୬ ଜଣଙ୍କୁ ପୁଲିସ ବିଭିନ୍ନ ପର୍ଯ୍ୟାୟରେ ଜେରା କରିସାରିଛି । ୫୦ ଜଣଙ୍କ ବୟାନ ବି ରେକର୍ଡ଼ କରିଛି । ଘଟଣା ସ୍ଥଳରେ କ୍ରାଇମବ୍ରାଞ୍ଚ୍‌ ସ୍ବତନ୍ତ୍ର ଟିମ୍‌ ଓ ବୈଷୟିକ ଟିମ୍‌ ଛାନ୍‌ଭିନ୍‌ କରିସାରିଛି । ବ୍ୟବଚ୍ଛେଦ ରିପୋର୍ଟ ସମେତ ଅନ୍ୟାନ୍ୟ ବୈଷୟିକ ରିପୋର୍ଟ ମଧ୍ୟ ଆସିସାରିଛି । ତଥାପି ଏପର୍ଯ୍ୟନ୍ତ ଘଟଣାର ରହସ୍ୟ ହଟାଇବାରେ ପୁଲିସ ସମର୍ଥ ହୋଇନାହିଁ ।

ଗତ ଜୁଲାଇ ମାସ ୧୨ ତାରିଖ ରାତ୍ର ୮.୩୦ ସମୟରେ ପାରଳାଖେମୁଣ୍ଡି ଡିଏଫ୍ଓ ବଙ୍ଗଳା ନିକଟରେ ଥିବା ସୌମ୍ୟରଞ୍ଜନ ମହାପାତ୍ରଙ୍କ ସରକାରୀ ବାସଭବନରେ ତାଙ୍କ ଦେହରେ ନିଆଁ ଲାଗିଥିବା ଘଟଣା ଖବର ପ୍ରଚାରିତ ହୋଇଥିଲା । ୧୩ ତାରିଖ ସକାଳ ପ୍ରାୟ ୭ଟା ସମୟରେ ଏସିଏଫ୍ ମହାପାତ୍ରଙ୍କର କଟକ ଏସ୍‌ସିବିରେ ମୃତ୍ୟୁ ଘଟିଥିଲା । ମୃତ୍ୟୁର କିଛି ଘଣ୍ଟା ପରେ ତାଙ୍କ ପରିବାର ଏହା ଏକ ହତ୍ୟା ବୋଲି ଅଭିଯୋଗ ଆଣିଥିଲେ। ଏହା ଆଧାରରେ ପୁଲିସ ଦଫା ୩୦୨ ଓ ୧୨୦(ବି) ଅନୁସାରେ ହତ୍ୟା ମାମଲା ରୁଜୁ କରିଥିଲା । ହେଲେ ପୋଲିସ୍ ଏପର୍ଯ୍ୟନ୍ତ କାହାକୁ ଗିରଫ କରିବାରେ ସକ୍ଷମ ହୋଇ ପାରିନଥିବାରୁ ଘଟଣାକୁ ଚପାଇ ଦେବା ପାଇଁ ଉପରୁ ପ୍ରୟାସ ଚାଲିଛି ବୋଲି ସଙ୍ଗିନ ଅଭିଯୋଗ ଆଣିଛନ୍ତି ସୌମ୍ୟଙ୍କ ପରିବାର ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *