ବଙ୍ଗୋପସାରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ,ଜାଣନ୍ତୁ କେଉଁ କେଉଁ ରାଜ୍ୟରେ ପଡ଼ିବ ପ୍ରଭାବ….।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ବଙ୍ଗୋପସାରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ,ଜାଣନ୍ତୁ କେଉଁ କେଉଁ ରାଜ୍ୟରେ ପଡ଼ିବ ପ୍ରଭାବ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଯେତେବଳେ ସଂସାରରେ ଧର୍ମ ଅପେକ୍ଷା ଅଧର୍ମ ର ନିକିତି ଭାର ଅଧିକ ହୋଇପଡେ ସେତେବେଳେ ସ୍ୱୟଂ ଭଗବାନ ପାପ ବିନାଶ ପାଇଁ  ପ୍ରାକୃତିକ ବିପର୍ଜୟ ମାନ ସୃଷ୍ଟି କରିଥାନ୍ତି । ଲଘୁଚାପ , ସୁନାମୀ, ଭୂମିକମ୍ପ , ଭୂସ୍ଖଳନ ଆଦି ପ୍ରାକୃତିକ ବିପର୍ଯ୍ୟୟ ଅଟେ । ଆଉ ଭାରତରେ ଏସବୁ ସର୍ବଦା ଲାଗି ରହିଥାଏ । ତନ୍ମଧ୍ୟରୁ ଓଡ଼ିଶା ହେଉଛି ପ୍ରାକୃତିକ ବିପର୍ଯ୍ୟୟ ର ଗନ୍ତାଘର । ଓଡ଼ିଶା ରେ ବର୍ଷା ଲଘୁଚାପ ବାତ୍ୟା ଆଦି ନିତିଦିନିଆ ଘଟଣା । ତେବେ ଚଳିତ ବର୍ଷ ଆଉ ଏକ ଲଘୁଚାପ ମାଡ଼ି ଆସୁଥିବାର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ପାଣିପାଗ ସମ୍ବନ୍ଧୀୟ ବିଶେଷ ଖବର ବିଷୟରେ । 

 

ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ସେପ୍ଟେମ୍ୱର ୪ ତାରିଖରୁ ବର୍ଷାର ବେଗ ପ୍ରବଳ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏବଂ ସତର୍କ ବାଣୀ ମଧ୍ୟ ସୂଚିତ କରାଯାଇଛି । ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ହାଲ୍କା ବର୍ଷା ହେବା ସହ ଅନ୍ୟ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବାରୁ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ବିଶେଷ କରି କେଉଁଝର , ମୟୂରଭଞ୍ଜ ,ଗଜପତି ,ରାୟଗଡ଼ା ଏବଂ କୋରାପୁଟ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ସେହିପରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ଯେଉଁ ଲଘୁଚାପ ସୃଷ୍ଟି ହେବା କଥା ତଥା ଦୁର୍ବଳ ହୋଇସାରିଛି । ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାରେ କିଛି କିଛି ଅଞ୍ଚଳରେ ବର୍ଷା ଦେଖିବାକୁ ମିଳିଛି । 

 

ଚଳତବର୍ଷ ମୌସୁମୀ ପାଣିପାଗ ଅନୁଯାୟୀ ଜୁନ୍ ୧ ତାରିଖରୁ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୯୨୧ ମିଲିମିଟର ବର୍ଷା ହେବା କଥା । କିନ୍ତୁ ବର୍ତ୍ତମାନ ସମୟ ସୁଦ୍ଧା ୬୪୯.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାର ସ୍ଵାଭାବିକ ବର୍ଷା ଠାରୁ ୯ ପ୍ରତିଶତ କମ୍ ଅଟେ । ମାଲକାନଗିରି , ଖୋର୍ଦ୍ଧା ,କୋରାପୁଟ , କଟକ, ଜଗତସିଂହପୁର ରେ ସ୍ଵାଭାବିକ ବର୍ଷା ହୋଇଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲା ମାନଙ୍କରେ ନିଅଣ୍ଟିଆ ବର୍ଷା ରେକର୍ଡ ରହିଛି । ତେବେ ଏହି ଲଘୁଚାପ କାରଣରୁ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ଏହି ଲଘୁଚାପ ବଶତଃ କେତେକ ଅଞ୍ଚଳରେ ଚାଷ କାର୍ଯ୍ୟରେ ବର୍ଷା ସାମାନ୍ୟ ଫଳପ୍ରଦ ହୋଇପାରେ । ଅନ୍ୟ ସ୍ଥାନ ମାନଙ୍କରେ ଗରମ ତାତି ରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ତେବେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ର ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ପ୍ରଥମେ ଡିପ୍ରେଶନ ଏବଂ ପରେ ଡିପ ଡିପ୍ରେଶନ କୁ ଗତି କରିଥାଏ । ଓ ପରେ ଏହା ସାମୁଦ୍ରିକ ଝଡରେ ପରିଣତ ହୋଇଥାଏ । ତେଣୁ ଏନେଇ ରାଜ୍ୟବାସୀ ଙ୍କୁ ସତର୍କତା ବାଣୀ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚିତ କରାଯାଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *