ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଆପଣମାନେ ମଦ୍ୟପାନ କରି କିମ୍ବା ସିଟ ବେଲ୍ଟର ବ୍ୟବହାର ନକରି ଗାଡି ଚଳାଉଛନ୍ତି କି, ତେବେ ହୋଇଯାଇନ୍ତୁ ସାବଧାନ୍ ମଦ୍ୟପାନ କରିଥିଲେ ଏଣିକି ଗଡିବନି ଗାଡି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଯୁଗ ଏବେ ବଦଳିଲାଣି, କହିବାକୁ ଗଲା କେବଳ ଖାଲି ବଦଳିନି ବହୁତ ବଦଳିଲାଣି ଏବଂ ଅନେକ ଶିକ୍ଷିତ ମଧ୍ୟ ହେଲାଣି ଏହି ସମାଜ। ଏହି ସମାଜ, ଏହି ଯୁଗ ଏବେ ଆଉ ସେ ପୁରୁଣା ସମୟ ର ଯୁଗ ହୋଇ ନାହିଁ, କାରଣ ଆଜି କାଲି ଲୋକ ମାନେ ମଙ୍ଗଳ ଗ୍ରହ, ଚନ୍ଦ୍ର ଆଦି ଗ୍ରହ ମାନଙ୍କ ରେ ପହଁଞ୍ଚିସାରିଲେଣି, ଆଉ ନିକଟ ଭବିଷ୍ୟତରେ ସେହି ସବୁ ସ୍ଥାନ ରେ ମଣିଷ ର ଜୀବନ ଯାପନ କରିବା ସମ୍ଭବ ହେବ ବୋଲି, ସେମାନେ ସେହି ସବୁ ସ୍ଥାନ ମାନଙ୍କ ନିଜ ନିଜର ଜାଗା କିଣିବା ଆରମ୍ଭ ମଧ୍ୟ କରି ସାରିଲେଣି। ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅସମ୍ଭବ ନାହିଁ, ନା ଆଜି କାଲି ଆଉ ଲୋକ ମାନଙ୍କୁ ଗୋଟେ ଜାଗା ରୁ ଅନ୍ୟ ଜାଗା କୁ ଯିବା ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡୁଛି, ନା ଗୋଟେ ଚିଠି ଦେବା ପାଇଁ କି କାହା ସହ କଥା ହେବା ପାଇଁ ଆଉ ଅପେକ୍ଷା କରିବାକୁ ପଡୁଛି। ସବୁ କିଛି ଜିନିଷ ଆଜି କାଲି ଲୋକ ମାନଙ୍କ ର ଆଖି ପିଛୁଳାକେ ହେଇଯାଉଛି।
ଲୋକମାନେ ମଦପିଇ ଗାଡି ଚଳାଉଛନ୍ତି, ଏହାଦ୍ୱାରା ସେମାନେ ନିଜର ଜୀବନକୁ ତ ମୃତ୍ୟୁମୁଖ ଠେଲୁଛନ୍ତି ଏହା ସହ ଅନ୍ୟ ଲୋକ ମାନଙ୍କର ମଧ୍ୟ ଜୀବନ ନେଇଯାଉଛନ୍ତି। ହେଲେ ଏହି ସବୁକୁ ରୋକିବା ପାଇଁ ଏବେ ନୂଆ ସଫ୍ଟୱେରର ବ୍ୟବହାର କରାଯିବ ଗାଡି ମାନଙ୍କରେ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ନୂଆ ଜିନିଷର ବ୍ୟବହାର କରାଯିବ ଗାଡି ମାନଙ୍କରେ ଏବଂ ଏହା ଦ୍ୱାରା କଣ ପରିବର୍ତ୍ତନ ଆସିବ ଗାଡିରେ ଏବଂ ଏହା ଦ୍ୱାରା କଣ ସବୁ ଉପକାର ହେବ ଲୋକମାନଙ୍କର। ଏଣିକି ଆପଣ ଯଦି ମଦପିଉଛନ୍ତି ଏବଂ ଏହାପରେ ଗାଡି ଚଲାଇବାକୁ ଯାଉଛନ୍ତି ତେବେ ଆଉ ଗାଡିବନି, କି ଆପଣମାନେ ଯଦି ଗାଡିରେ ବସି ସିଟ୍ ବେଲ୍ଟ ନ ବାନ୍ଧୁଛନ୍ତି ତେବେ ଇଞ୍ଜିନ୍ ମଧ୍ୟ ଷ୍ଟାର୍ଟ ହେବନାହିଁ। ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି, ଆଉ ଅଧିକ ଦୁର୍ଘଟଣା ମଦ୍ୟପାନ ଗାଡି ଚଲେବାରୁ ହିଁ ଘଟୁଛି। ଗାଡିର ଆଗରେ ଲାଗିବ ଏହି ସ୍ୱତନ୍ତ୍ର ଡିଭାଇସ୍, ଯାହାକୁ କି ଆଲ୍କହଲ୍ ଡିଟେକ୍ସନ୍ ସିଷ୍ଟମ୍ ବ ୋଲି କୁହାଯାଉଛି। ଯଦି ଆପଣଙ୍କ ରକ୍ତରେ ୦.୦୮ ପ୍ରତିଶତ ରୁ ଅଧିକ ଆଲ୍କହଲ୍ ରହିଥିବ ତେବେ ଆପଣଙ୍କ ଗାଡି ଷ୍ଟାର୍ଟ ହେବନାହିଁ। ଯେତେବେଳେ ଆପଣ ଗାଡିରେ ବସିବେ ନିଃଶ୍ୱାସ ନେବା କ୍ଷଣି ଆପଣଙ୍କ ମୁହଁର କଣିକା ସାମ୍ନାରେ ଲାଗିଥିବା ସିଷ୍ଟମର ଓଡୋମିଟର କୁ ଚାଲିଯିବ। ସେଥିରେ ଲାଗିଥିବା ସେନ୍ସର୍ ଆପଣଙ୍କ ଶରୀରରେ କେତେ ମାତ୍ରାରେ ଆଲ୍କହଲ୍ ରହିଛି ତାହା ଡିଟେକ୍ଟ କରିବ। ଆଉ ଯଦି ଆପଣଙ୍କ ରକ୍ତରେ ୦.୦୮ ପ୍ରତିଶତରୁ ଅଧିକ ଆଲ୍କହଲ୍ ରହିଥିବ ତେବେ ଆପଣଙ୍କ ଗାଡି ଷ୍ଟାର୍ଟ ହେବନାହିଁ। ତେବେ କେବଳ ଡ୍ରାଇଭର୍ ସିଟ୍ ପାଇଁ ହିଁ ଏହି ଡିଭାଇସ କାମ କରିବ।
ଏପରି ସଫ୍ଟୱେର କୁ ବିକଶିତ କରିଛନ୍ତି, ହରିୟାଣା ଭିବାନୀର ଇଞ୍ଜିନିୟମ ଛାତ୍ର ମୋହିତ କୁମାର। ତାଙ୍କର ଏହି ସଫ୍ଟୱେର ଡିଭାଇସ୍ ବାହାର କରିବାର ମୂଳ ଉଦ୍ଧେଶ୍ୟ ହେଉଛି, ଦିନକୁ ଦିନ ବଢୁଥିବା ସଡକ ଦୁର୍ଘଟଣାକୁ ରୋକିବା। ମୋହିତ ଙ୍କ କହିବା ଅନୁଯାୟୀ ଏହା ଏମିତି ଏକ ଡିଭାଇସ୍ ଯାହା ଗାଡିରେ ଲାଗିଲେ ତାହା କେବେବି ଦୁର୍ଘଟଣାଗ୍ରସ୍ଥ ହେବ ନାହିଁ। ଏପରିକି ଆପଣ ଯଦି ଜାଣିଶୁଣି ମଧ୍ୟ ଦୁର୍ଘଟଣା ଘଟାଇବାକୁ ଚାହିଁବେ ହେଲେବି ଦୁର୍ଘଟଣା ହେବନାହିଁ, ଏହି ସଫ୍ଟୱେର ରେ ଏପରି ଏକ ଫିଚର୍ ରହିଛି ଯେପର୍ଯ୍ୟନ୍ତ ଆପଣ ସିଟ୍ ବେଲ୍ଟ ଲଗାଇବେ ନାହିଁ ସେପର୍ଯ୍ୟନ୍ତ ଗାଡି ଷ୍ଟାର୍ଟ ହେବନାହିଁ। ମୋହିତଙ୍କ ଏହି ନିଆରା ପ୍ରୟାସ ନିଶ୍ଚିତ ଭାବେ ଦୁର୍ଘଟଣା ରୋକିବାରେ ସହାୟକ ହେବ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।