ଆସନ୍ତୁ ଜାଣିବା କରୋନା ର ତୁର୍ତ୍ତୀୟ ଲହରୀ ଗାଇଡ଼ଲାଇନ ସେପ୍ଟେମ୍ବର ମାସ ପାଇଁ….

ସେପ୍ଟେମ୍ବର ମାସ ପାଇଁ ସରକାର ଜାରି କରିଲେ ଗାଇଡଲାଇନ୍, ଦେଖନ୍ତୁ କେଉଁଥିରେ କୋହଳ ଅଛି କେଉଁଥିରେ କଟକଣା ଅଛି।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସେପ୍ଟେମ୍ବର ମାସ ପାଇଁ ସରକାର ଜାରି କରିଲେ ଗାଇଡଲାଇନ୍, ଦେଖନ୍ତୁ କେଉଁଥିରେ କୋହଳ ଅଛି କେଉଁଥିରେ କଟକଣା ଅଛି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

‘ କରୋନା ’ ଏହି ଶବ୍ଦଟିକୁ ଶୁଣିଲା ବେଳକୁ ଲୋକ ମାନଙ୍କ ର ମନରେ ଅନେକ ବହୁତ ବଡ ବଡ ଦୁଃଖଦ ତଥା ଅସହାୟ ଚିତ୍ର ଆଖି ସାମ୍ନା କୁ ଆସିଯାଉଥିବ। ଏହି କରୋନା ଦେଢ ବର୍ଷ ହେବ ସାରା ବିଶ୍ୱ କୁ ପୁରା ହଲଚଲ୍ କରି ରଖି ଦେଇଛି। କୌଣସି ରାଜ୍ୟ, ଦେଶ ର ସରକାର ମାନେ ଶାନ୍ତି ରେ ନିଶ୍ୱାସ ଟିକେ ମଧ୍ୟ ନେଇ ପାରୁ ନାହାନ୍ତି। କେଜାଣି ଏହି କରୋନା ମହାମାରୀ କେତେ କଣ ଲୋକ ମାନଙ୍କ ପାଖରୁ ଛଡାଇ ନେଲାଣି। ଏହି କରୋନା କଉ ପିଲା ର ମୁଣ୍ଡ ଉପରୁ ନିଜ ବାପା ମାଆ ଙ୍କ ର ହାତ କୁ ସବୁ ଦିନ ପାଇଁ ଛଡାଇ ନେଇଛି ତ ଆଉ କେଉଁ କଅଁଳ ଶିଶୁ କୁ ନିଜ ବାପା, ମାଆ ବୋଲି କିଏ ଜାଣିବା ପୂର୍ବରୁ ତାହା ଠାରୁ ତାର ବାପା ମାଆ ଙ୍କୁ ଛଡାଇ ନେଇଛି। ଏହି କରୋନା ଅନେକ ବାପା ମାଆ ଙ୍କ କୋଳକୁ ମଧ୍ୟ ଖାଲି କରି ଦେଇଛି। ଏହି ମହାମାରୀ ଟି ଏପରି ଯେ ଯଦି ସାମ୍ନା ରେ ଜଣେ ନିଜ ଲୋକ ଛଟପଟ ହୋଇ ମରୁଥିବ ତାର ମରିବା ସମୟ ରେ ପାଟି ରେ ପାଣି ଟିକେ ଦେବା ପାଇଁ ମନ ଡାକୁଥିଲେ ବି ଠୁପେ ପାଣି ମଧ୍ୟ ଦେଇ ପାରିବ ନାହିଁ। ସତରେ କରୋନା ର ଏହି ରୂପ କୁ ଦେଖି ଲୋକ ମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଛି, ସତରେ କଣ ଏଡେ ନିର୍ଦୟ ହୋଇପାରେ ଏହି ଭୂତାଣୁ?

ଏହି କିଛି ଦିନ ତଳେ କରୋନା ପ୍ରକୋପ ଦେଶ ତଥା ରାଜ୍ୟରେ ଟିକେ କମ୍ ଦେଖିବାକୁ ମିଳୁଥିଲା। ଏଥିପାଇଁ ସରକାର ଅନେକ ତଥା କହିବାକୁ ଗଲେ ସମସ୍ତ ଜିନିଷ ଉପରୁ କୋହଳ ଉଠାଇ ଦେଇଥିଲେ। ଏହା ଦ୍ୱାରା ଲୋକ ମାନେ ପୁଣି ପୁର୍ବ ପରି ନିଜ ଜୀବନ ଜୀଇଁଲେ। ହେଲେ ଏହି ମହାମାରୀ ସମ୍ପୂର୍ଣ୍ଣ ଭାବେ ଛାଡି ଯାଇନଥିଲା। ଲୋକ ମାନେ ଏହାକୁ ଅବହେଳା କରିଲାରୁ ସେ ପୁଣି ଥରେ ନିଜର ତାଣ୍ଡବ ଦେଖାଇଦେଲା। ଦେଶରେ ତଥା ରାଜ୍ୟ ରେ ଯେଉଁ ପରିମାଣରେ କରୋନା ପ୍ରକୋପ ଟିକେ କମ୍ ହୋଇଥିଲା ତାହା ପୁଣି ଥରେ ଦୃତ ଗତିରେ ବଢିବାକୁ ଲାଗିଲା। ଏହା ସହ ଲୋକ ଙ୍କ ର ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାକୁ ଲାଗିଲା। ହେଲେ ଏବେ କରୋନାର ପ୍ରକୋପ ଟିକେ କମ୍ ଥିବାରୁ ସରକାର ଅନେକ ଜିନିଷ ଉପରୁ କୋହଳ ଉଠାଇ ଦେଇଛନ୍ତି। ଦଶମ, ଦ୍ୱାଦଶ ଶିକ୍ଷାଦାନ ବିଦ୍ୟାଳୟରେ ମଧ୍ୟ ଆରମ୍ଭ କରି ଦେଇଛନ୍ତି। ହେଲେ ସରକାର ପ୍ରତି ମାସର ଆରମ୍ଭରେ ସେହି ମାସ ପାଇଁ ଗାଇଡଲାଇନ୍ ଜାରି କରୁଛନ୍ତି, ଯେଉଁଥିରେ କିଛି ଜିନିଷ ଉପରେ କଟକଣା ରହୁଛି ତ ଆଉ କିଛି ଉପରେ କୋହଳ। ତେବେ ଏବେ ଅଗଷ୍ଟ ମାସ ସରି ସେପ୍ଟେମ୍ବର ମାସ ଆରମ୍ଭ ହେବ ସେଥିପାଇଁ ସରକାର ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ଆସନ୍ତୁ ଜାଣିବା କଣ କଣ ସବୁ ଗାଇଡଲାଇନ୍ ଆସିଛି।

:- ସେପ୍ଟେମ୍ବର ପହିଲାରୁ ନୂଆ ଗାଇଡଲାଇନ୍।

:- କୋଭିଡ୍ କଟକଣାରେ କିଛି କୋହଳ।

:- ୩ ଜିଲ୍ଲାରୁ ହଟିଲା ସପ୍ତାହନ୍ତ ସଟଡାଉନ୍।

:- ଏବେ ନାଇଟ୍ କର୍ଫ୍ୟୁ ରାତି ୧୦ରୁ ସକାଳ ୫

:- ବାହାଘର ଓ ବ୍ରତଘରରେ ୨୫୦ଜଣ ସାମିଲ୍ ହେବେ।

:- ବିବାହ ଶୋଭାଯାତ୍ରାରେ କିନ୍ତୁ ୨୫୦ ଜଣଙ୍କୁ ଅନୁମତି।

:- ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇପାରିବେ ୨୫୦

:- ପୂର୍ଣ୍ଣ କ୍ଷମତାରେ ସିନେମାହଲ୍ ଏବଂ ଥିଏଟର୍ ଖୋଲା।

:- ମଲ୍, ମାର୍କେଟ୍, ବଜାର ରାତି ୧୦ ଟା ଯାଏଁ ଖୋଲିବ।

:- ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମ ଉପରେ କଟକଣା।

:- ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା।

:- ମେଳା ପ୍ରଦର୍ଶନୀ ବାଣିଜ୍ୟିକ ମେଳାକୁ ଅନୁମତି ନାହିଁ।

:- ପୂଜା ପାର୍ବଣରେ ନୂଆ ଗାଇଡଲାଇନ୍।

:- ପୂଜା ପାର୍ବଣରେ ସ୍ଥାନୀୟ ପ୍ରଶାସନ ଜାରି କରିପାରିବେ ନିୟମ।

:- ମାସ୍କ, ସାମାଜିକ ଦୂରତା, ସାନିଟାଇଜ ଗାଇଡଲାଇନ୍ ବଳବତ୍ତର।

:- ଅକ୍ଟୋବର ପହିଲା ଯାଏଁ ଏହି ଗାଇଡଲାଇନ୍ ବଳବତ୍ତର।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *