ତାଲିବାନୀ ଶାସନ ରେ ଏମିତି କରାଯାଉଛି ଝିଅ ମାନଙ୍କ ସହ….

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ତାଳିବାନୀ ଙ୍କ ଆଉ ଏକ ପ୍ରଥା । ଆଫଗାନିସ୍ତାନରେ ଶିଶୁ ପ୍ରଥା ଦ୍ଵାରା ନାବାଳକ ହେଉଛନ୍ତି ଯୌନ ଶୋଷଣର ଶିକାର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ସାଧାରଣତଃ ଆତଙ୍କବାଦ ଆଦି ନାମ ଶୁଣିଲେ ମଣିଷ ଭୟଭୀତ ହୋଇଥାଏ । ଆଉ ବର୍ତ୍ତମାନ ଗୋଟିଏ ହିଁ ଚର୍ଚ୍ଚାର ବିଷୟ ପାଲଟିଛି ତାହା ହେଉଛି ତାଲିବାନୀ ଆତଙ୍କବାଦୀ । ଯାହାକି ଆଫଗାନିସ୍ତାନ ଉପରେ ତାଲିବାନ ନିଜର ଆଧିପତ୍ୟ ବିସ୍ତାର କରି ଶାସନ ଜାରି ରଖିଛି । ତେବେ ଏସବୁ ଘଟଣା ପରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ତାହା ହେଉଛି ଶିଶୁ ପ୍ରଥା । ଆସନ୍ତୁ ଜାଣିବା ତାଲିବାନ୍ ସହ ଏହି ପ୍ରଥା ରେ କଣ ସମ୍ପର୍କ ରହିଛି । ବର୍ତ୍ତମାନ ସମୟରେ ଆଫଗାନିସ୍ତାନର ଲୋକଙ୍କ ଜୀବନ ଅସୁରକ୍ଷିତ ଅବସ୍ଥାରେ ରହିଛି । ଆଉ ଏହା ପୁରା ସମାଜରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଫଗାନିସ୍ତାନ ରେ ବହୁବିଧ କୁପ୍ରଥା ବହୁ କାଳରୁ ପ୍ରଚଳିତ ହୋଇ ଆସୁଛି । ତନ୍ମଧ୍ୟରୁ ଶିଶୁ ପ୍ରଥା ହେଉଛି ଅନ୍ୟତମ । ଯାହା ଦ୍ଵାରା ଶିଶୁ ମାନେ ଅର୍ଥାତ୍ ଅଳ୍ପ ବୟସ୍କ ପିଲାମାନେ ଏହାର ଶିକାର ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ପ୍ରଥା ବିଷୟରେ କିପରି ନାବାଳକ ମାନେ ଏହି କୁପ୍ରଥା କବଳରେ ଫସି ରହିଛନ୍ତି ।

ଶିଶୁ ପ୍ରଥା ର ଅର୍ଥ ହେଉଛି ମାନ୍ୟଗଣ୍ୟ ସଫଳ ବ୍ୟକ୍ତିଙ୍କ ଦ୍ଵାରା ପ୍ରାୟତଃ ୧୦ ବର୍ଷ ବୟସର ନାବାଳକ ମାନଙ୍କୁ ପାର୍ଟି ବାର୍ ଆଦିରେ ଡ୍ୟାନ୍ସ କରାଯାଇଥାଏ । ଏହା ବ୍ୟତୀତ ଏହି ନାବାଳକ ମାନଙ୍କୁ ଝିଅ ପୋଷାକ ତଥା ଝିଅ ପରି ସାଜସଜ୍ଜା କରାଯାଇଥାଏ । ଏହା ଫଳରେ ଏହି ନାବାଳକ ମାନେ ଯୌନ ଶୋଷଣର ଶିକାର ହୋଇଥାନ୍ତି । ନାବାଳକ ଙ୍କ ବ୍ୟତୀତ ମହିଳା ମାନଙ୍କୁ ମଧ୍ୟ ବଳାତ୍କାର ଆଦି ଦୁର୍ବ୍ୟବହାର କରାଯାଇଥାଏ । ଅଭାବ ଦ୍ଵାରା ମଣିଷ ସର୍ବଦା ବିପଦ ରେ ସମ୍ମୁଖୀନ ହୋଇଥାଏ । ତେଣୁ ଆଫଗାନିସ୍ତାନ ନାବାଳକଙ୍କ ଅବସ୍ଥା ମଧ୍ୟ ଏହିପରି । ଅନ୍ୟ ପକ୍ଷେ ଆଫଗାନିସ୍ତାନରେ ସମଲିଙ୍ଗୀକତାକୁ ଅଣ-ଇସ୍ଲାମିକ ଏବଂ ଅନୈତିକତା ବୋଲି ମନା ଯାଇଥାଏ । ଏହି ପ୍ରଥା ଉପରେ ୨୦୧୦ ମସିହାରେ ‘ଦ ଡ୍ୟାନ୍ସିଙ୍ଗ ବୟଜ ଅଫ ଆଫଗାନିସ୍ତାନ’ ନାମକ ଗୋଟିଏ ଡକ୍ୟୁମେଣ୍ଟାରୀ ମଧ୍ୟ ହୋଇଛି । ଯାହାକୁ ଆଫଗାନିଷ୍ଟନ ର ପତ୍ରକାର ନଜୀବୁଲ୍ଲାହ କୁରୈଶୀଙ୍କ ଦ୍ଵାରା ନିର୍ଦ୍ଦେଶିତ କରା ଯାଇଥିଲା ।

ବର୍ତ୍ତମାନ ଚିନ୍ତାର ବିଷୟ ଏହି କି ଯେ ୨୦୨୧ ଭଳି ଆଜିର ଉନ୍ନତି କ୍ଷେତ୍ରରେ ଏଭଳି କୁପ୍ରଥା ଉପରେ କୌଣସି ବି ପ୍ରତିବନ୍ଧକ ଲଗାଯାଇ ପାରୁନାହିଁ । ଉଚ୍ଚ ବିଭାଗୀୟ ବ୍ୟକ୍ତି ମାନଙ୍କ ଦ୍ଵାରା ବୋଧ ହୁଏ ଏହି ପ୍ରଥା ଉପରେ କିଛି ଆକ୍ସନ ଲାଗୁ ହୋଇପାରୁନାହିଁ । ଆଫଗାନିସ୍ତାନ ର ଏହି ପ୍ରଥାକୁ ଅବୈଧ ବୋଲି ମଧ୍ୟ ମାନାଯାଇଥାଏ । ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଘଟଣା ଅଟେ । ବହୁ ଦିନରୁ ଆରମ୍ଭ କରି ଏହି ପ୍ରଥା ପ୍ରଚଳିତ ହୋଇ ଆସୁଛି । ଆଜି ପର୍ଯ୍ୟନ୍ତ ଏହା ବିରୁଦ୍ଧରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଯାହା ଫଳରେ ନିରୀହ ନାବାଳକ ମାନେ ଏହି କୁପ୍ରଥା ଶୋଷଣର ଶିକାର ହେଉଛନ୍ତି । ଏହି ପ୍ରଥା ସବୁ ସ୍ଥାନରେ ବିରୋଧର ବିଷୟ ପାଲଟିଥିବା ବେଳେ ଆଫଗାନିସ୍ତାନରେ ଏହା ବଳବତ୍ତର ହୋଇ ରହିଛି । ତାଲିବାନି ଙ୍କ ଏଭଳି ଶାସନ ବ୍ୟବସ୍ଥା ଦ୍ଵାରା ଆଫଗାନିସ୍ତାନ ଜନବାସୀ ଅସୁରକ୍ଷିତ ଭାବେ ଜୀବନ ଯାପନ କରୁଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *