ମଜାମସ୍ତି କରି ଫେରୁଥିବା ସମୟରେ କାର୍ ଭିତରେ ହିଁ ଚାଲିଗଲା ଦୁଇ ବନ୍ଧୁଙ୍କର ଜୀବନ, ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମଜାମସ୍ତି କରି ଫେରୁଥିବା ସମୟରେ କାର୍ ଭିତରେ ହିଁ ଚାଲିଗଲା ଦୁଇ ବନ୍ଧୁଙ୍କର ଜୀବନ, ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଆଜିକାଲି ତ ସୋସିଆଲ ମିଡ଼ିଆରେ ଅନେକ ଖବର ସବୁ ଦେଖିବାକୁ ମିଳୁଛି, ଯେଉଁଥିରେ ଦେଶବିଦେଶର ବିଭିନ୍ନ ଖବର ମାନଙ୍କରେ ଜାଣିହୁଏ। ତେବେ ଆଜିକାଲି ଏପରି କିଛି କିଛି ଘଟଣା ଘଟୁଛି ଯାହା ବିଷୟରେ ଶୁଣିଲା ବେଳକୁ ବହୁତ ଆଶ୍ଚର୍ଯ୍ୟ ଲାଗୁଛି। ଲୋକ ମାନଙ୍କର ମୃତ୍ୟୁ ଏପରି ଭାବରେ ହେଉଛି ଏବଂ କିଛି ଲୋକ କିଛି ଏପରି ବିପଦରୁ ମଧ୍ୟ ଫେରିକରି ପଳାଇ ଆସୁଛନ୍ତି ଯେ ଯାହାକୁ ଦେଖିବା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଛି। କିଛି ଲୋକ ଏପରି ଖାଲି ଚାଲୁ ଚାଲୁ ଟଳିପଡି ନିଜର ହାରି ଦେଉଛନ୍ତି ତ ଆଉ କେହି କେହି ବହୁତ ବଡ ବଡ ବିପଦରୁ ମଧ୍ୟ ନିଜର ଜୀବନ ନେଇ ଫେରି ଆସୁଛନ୍ତି। ତେବେ ଆଜି ସେହିପରି କିଛି ଲୋକଙ୍କର ମୃତ୍ୟୁ ସମ୍ପର୍କରେ କହିବୁ।

ସତ୍ୟବାଦୀ ଅଳଗୁମର ଖଣ୍ଡୁଆଳୀ ଗାଁ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି, ଏଠାରେ କାର୍ ଭିତରେ ଦୁଇ ବନ୍ଧୁଙ୍କର ଜୀବନ ଚାଲିଯାଇଛି। ତେବେ ସୂଚନା ଅନୁସାରେ, ବ୍ରହ୍ମପୁର ବଡବଜାର ଅଞ୍ଚଳର ତିନିସାଙ୍ଗ କାର୍ ରେ ବୁଲିବାକୁ ଯାଇଥିଲେ ଭିତରକନିକା।ଭିତରକନିକାରେ ଖୁବ୍ ମୌଜ ମସ୍ତି କରି ଫେରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ସାଙ୍ଗଙ୍କ ଘର ସତ୍ୟବାଦୀ ବ୍ଲକ୍ ସିଂହାଗୁଦା ଗ୍ରାମରେ। ବାପଘରେ ଆସି ସ୍ତ୍ରୀ ଥିବାରୁ ସାଙ୍ଗରେ ସ୍ତ୍ରୀକୁ ନେଇ ଯିବାପାଇଁ ସେ ଶ୍ୱଶୁର ଘରକୁ ଯାଉଥିଲେ। ହେଲେ ଜଗନ୍ନାଥ ସଡକର ଅଳଗମ ନିକଟସ୍ଥ ଖଣ୍ଡୁଆଳ ଗାଁ ନିକଟ ପୋଖରୀକୁ ଭାରସାମ୍ୟ ହରାଇ ତାଙ୍କ କାର୍ ଖସିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଏହାଫଳରେ କାର୍ ଟି ଅଧା ବୁଡିଯାଇଥିଲା। ଏହି ଖବର ପାଇ ସ୍ଥାନୀୟ ଲୋକଙ୍କ ସହୟତାରେ ସାକ୍ଷୀଗୋପାଳ ଅଗ୍ନିଶମ ବାହିନୀ କାର୍ କୁ ଉଦ୍ଧାର କରିବା ବେଳେ କାର୍ ରେ ତିନିଜଣ ଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ସାକ୍ଷୀଗୋପାଳ ଚିକିତ୍ସା ପାଇଁ ଅଣାଯାଇଥିବା ବେଳେ, ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି। ସେହି ଦୁଇ ମୃତଦେହ ସ୍ୱାସ୍ଥ୍ୟକେନ୍ଦ୍ରରେ ପଡିରହିଛି, ସେହି କାର୍ ରେ ଆଉ ଜଣେ ଥିଲେ ହେଲେ ସିଏ ଅଳ୍ପକେ ବଞ୍ଚି ଯାଇଛନ୍ତି। ସେହି ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଗାଡିଟିକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ତେବେ ହଠାତ୍ ରେ ହିଁ ମଜାମସ୍ତି କରି ଫେରିବା ବେଳେ କାର୍ ଭିତରେ ହିଁ ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *